Categories: ଜାତୀୟ

ଅନ୍‌ଲକ୍‌ ୨.୦: କ’ଣ କ’ଣ ଘୋଷଣା କରିପାରନ୍ତି ମୋଦି

ନୂଆଦିଲ୍ଲୀ,୩୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଅପରାହ୍ନ ୪ରେ ଅନ୍‌ଲକ୍‌ ୨.୦କୁ ନେଇ ଦେଶକୁ ସମ୍ବାଧନ କରିବାର କାର୍ଯ୍ୟକ୍ରମ ରହିଛି। ଭାରତ-ଚାଇନା ସୀମା ବିବାଦ, ୫୯ ଚାଇନା ଆପ୍‌ ଉପରେ ଲାଗିଥିବା ପ୍ରତିବନ୍ଧକ ପରେ ପ୍ରଧାନମନ୍ତ୍ରୀଙ୍କ ଏହି ସମ୍ବୋଧନ ବେଶ୍‌ ଗୁରୁତ୍ୱ ରଖେ ବୋଲି କୁହାଯାଉଛି। ଅନ୍ୟପଟେ ଜୁଲାଇ ୧ରୁ ଅନ୍‌ଲକ୍‌ ୨.୦ ଗାଇଡ୍‌ଲାଇନ୍‌ ଜାରି କରାଯିବାକୁ ନେଇ ଚର୍ଚ୍ଚା ହେଉଛି। କରୋନା ଭାଇରସ ସଂକ୍ରମଣକୁ ନେଇ ଯେଉଁ ଗାଇଡ୍‌ଲାଇନ୍‌ ଜାରି କରାଯାଇଥିଲା ସେଥିରେ ଏପର୍ଯ୍ୟନ୍ତ କିଛି ଗତିବିଧି ଉପରେ କଟକଣା ଲାଗି ରହିଛି। ଏମିତି କାହିଁକ କରାଯାଇଛି ଏହାର ଉଦ୍ଦେଶ୍ୟ କ’ଣ ସେ ସମ୍ପର୍କରେ ମଧ୍ୟ କହିବେ ବୋଲି ଅନୁମାନ କରାଯାଉଛି। ଅନ୍ୟପଟେ ଦେଶରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ସାମାଜିକ ଦୂରତା ଓ ମାସ୍କ ବ୍ୟବହାର କେତେ ଜରୁରୀ ତାହା ମଧ୍ୟ ଅତୀତରେ ମୋଦି କରି ସାରିଛନ୍ତି। ତେଣୁ କରୋନାଠାରୁ ଦୂରେଇ ରହିବାକୁ ହେଲେ ଭ୍ୟାକ୍ସିନ ନ ଆସିବା ପର୍ଯ୍ୟନ୍ତ ଆମକୁ ସତର୍କ ରହିବାକୁ ପଡିବ ବୋଲି ମୋଦି ହୁଏତ ତାଙ୍କ ସମ୍ବୋଧନରେ କହିପାରନ୍ତି। ଚାଇନା ଆପ୍‌ ବ୍ୟାନ୍‌ ନିଷ୍ପତ୍ତିକୁ ନେଇ ମଧ୍ୟ ମୋଦି କିଛି କହିପାରନ୍ତି। ଏବେ ସବୁପ୍ରକାର ଶିକ୍ଷାନୁଷ୍ଠାନ ବନ୍ଦ ଥିବାରୁ ଘରେ ରହି କିପରି ପାଠ ପଢିହେବ ସେ ସମ୍ପର୍କରେ ମଧ୍ୟ ମୋଦି ପିଲାମାନଙ୍କ ଉତ୍ସାହ ବଢାଇବେ। ବିମାନ, ରେଳ ଚଳାଚଳ, ଆରୋଗ୍ୟ ସେତୁ ଆପ୍‌ ଆଦି ସମ୍ପର୍କରେ ମଧ୍ୟ ସେ ଆଲୋଚନା କରିପାରନ୍ତି। ଚାଇନା ଆପ୍‌ ବନ୍ଦ ହେବା ପରେ ଏହାର ପ୍ରଭାବ ଯୁବବର୍ଗରେ ଅଧିକ ପଡୁଥିବାରୁ ମୋଦି ଯୁବବର୍ଗଙ୍କୁ କିଛି ସ୍ବତନ୍ତ୍ର ବାର୍ତ୍ତା ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି।

Share