ଏଆଇ ଜରିଆରେ ହଜାରେଙ୍କୁ ଡେଟ୍‌ କରୁଛନ୍ତି ମଡେଲ

ଟିବିଲିସି, ୧୪।୫: ଆଗାମୀ ଦିନରେ ମନୁଷ୍ୟର ଏକ ବଡ଼ ବିକଳ୍ପ ହେବାକୁଯାଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ। ମଣିଷ ଯେଉଁସବୁ କାମ କରୁଛି ତାକୁ ଅତି ସହଜରେ ବିନା ବାଧାରେ ଏଆଇ ମାଧ୍ୟମରେ କରାଯାଇପାରୁଛି। ଏହାର ବ୍ୟବହାର କରି ଜର୍ଜିଆର କାରିନ୍‌ ମାର୍ଜୋରି ବିପୁଳ ପରିମାଣର ଅର୍ଥ ରୋଜଗାର କରୁଛନ୍ତି। ଜଣେ ମଡେଲ ହେବା ସହ କାରିନ୍‌ ସୋସିଆଲ ମିଡିଆ ଇନ୍‌ଫ୍ଲ୍ୟୁଏନ୍ସର। ତାଙ୍କର ଏକାସାଙ୍ଗରେ ହଜାରେରୁ ଊର୍ଦ୍ଧ୍ୱ ବୟଫ୍ରେଣ୍ଡ ଅଛନ୍ତି। ସେମାନଙ୍କ ସହ ଡେଟ୍‌ରେ ଯିବା କାରିନ୍‌ଙ୍କ ପକ୍ଷେ ଅସମ୍ଭବ ହୋଇ ପଡ଼ିଥିବାବେଳେ ସେ ଏହାର ଉପାୟ ଏଆଇ ଜରିଆରେ ବାହାର କରିଛନ୍ତି। କାରିନ୍‌ (୨୩) ନିଜର ଏକ ଏଆଇ କ୍ଲୋନ୍‌ କରିଛନ୍ତି, ଏହା ସାହାଯ୍ୟରେ ସେ ବର୍ତ୍ତମାନ ତାଙ୍କର ଏକାଧିକ ବୟଫ୍ରେଣ୍ଡଙ୍କ ସହ ଡେଟ୍‌ରେ ଯିବା ସହ ଅର୍ଥ ମଧ୍ୟ ଉପାର୍ଜନ କରୁଛନ୍ତି। କାରିନ୍‌ ଡେଟ୍‌ରେ ଯିବାବେଳେ ଗୋଟିଏ ମିନିଟ୍‌ ପାଇଁ ୧ ଡଲାର ଡିମାଣ୍ଡ କରନ୍ତି। ଗୋଟିଏ ଘଣ୍ଟା ପାଇଁ ଡେଟ୍‌ରେ ଗଲେ ସେ ୫ ହଜାର ଟଙ୍କା ନେଉଛନ୍ତି। ଯେ କୌଣସି ମୁହୂର୍ତ୍ତରେ ଯେକେହି ବି କାରିନ୍‌ ଏଆଇ ସହିତ କଥା ହୋଇ ସମୟ ବିତାଇ ପାରିବ। ବର୍ତ୍ତମାନର ଯୁବପିଢ଼ିଙ୍କ ଦ୍ୱାରା ବହୁଳ ଭାବେ ବ୍ୟବହାର ହେଉଥିବା ସ୍ନାପ୍‌ଚାଟ୍‌ରେ କାରିନ୍‌ଙ୍କର ୧.୮ ନିୟୁତ ଫଲୋର୍ସ ରହିଛନ୍ତି। ଡେଟ୍‌ରୁ କାରିନ୍‌ ୭୧,୬୧୦ ଡଲାର (ପାଖାପାଖି ୫୮.୭ ଲକ୍ଷ ଟଙ୍କା) ରୋଜଗାର କରୁଥିବାବେଳେ ମାସକୁ ତାଙ୍କ ଆୟ ୫ ନିୟୁତ ଡଲାର। ଫରଏଭର ଭଏସେସ୍‌କୁ ବ୍ୟବହାର କରି କାରିନ୍‌ ନିଜ ଏଆଇ ତିଆରି କରିଛନ୍ତି। ଫରଏଭର କମ୍ପାନୀ ପ୍ରତିଷ୍ଠାତା ପ୍ରଥମ କରି ତାଙ୍କ ବାପାଙ୍କ ଏଆଇ ତିଆରି କରିଥିଲେ। ଏଆଇ ସହିତ କାଟିଥିବା ସମୟ ସମ୍ପର୍କରେ ସେ ନିଜର ଭଲ ଅନୁଭୂତି ଥିବା କହିଥିଲେ। ମଣିଷ ଜୀବନକୁ ଏଆଇ ପ୍ରଭାବିତ କରୁଥିବାବେଳେ ଏ ସମ୍ପର୍କରେ ଗଭୀର ଚିନ୍ତା କରିବାର ଆବଶ୍ୟକତା ରହିଥିବା ଜର୍ଜିଆର ଟେକ୍‌ ଏକ୍ସପର୍ଟ ଡ. ଜସୋନ ବୋରେନ୍‌ଷ୍ଟେନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri