ପଞ୍ଚତାରକା ହୋଟେଲରେ ମଡେଲଙ୍କୁ ବଳାତ୍କାର

ନୂଆଦିଲ୍ଲୀ,୨୫।୨: ରାଜଧାନୀ ଦିଲ୍ଲୀର ଜଣେ ମଡେଲଙ୍କୁ ଏକ ପଞ୍ଚତାରକା ହୋଟେଲରେ ବଳାତ୍କାର କରାଯାଇଥିବା ମାମଲା ସାମ୍ନାକୁ ଆସିଛି। ଏନେଇ ପୀଡ଼ିତା ଜଣକ ଥାନାରେ ମାମଲା ଦାୟର କରିଛନ୍ତି। ବର୍ତ୍ତମାନ ପୋଲିସ ଏହି ଘଟଣାର ଛାନଭିନ୍‌ ଆରମ୍ଭ କରିଛି।

ଦିଲ୍ଲୀ ଚାଣକ୍ୟପୁରୀ ଥାନାରେ ୨୨ ବର୍ଷୀୟା ଜଣେ ଯୁବତୀ ତାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ କରିଛନ୍ତି। ପୋଲିସ ମାମଲାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଆରମ୍ଭ କରିଛି। ଯୁବତୀ ଜଣକ ମଡେଲିଂ କରନ୍ତି ବୋଲି ପୋଲିସ ଜାଣିବାକୁ ପାଇଛି। ଯୁବତୀ ଜଣକ ଏଫ୍‌ଆଇଆରରେ ଦର୍ଶାଇଛନ୍ତି, ସେ ମୁମ୍ବାଇରୁ ଦିଲ୍ଲୀ ଆସିଥଲେ। ଏଠାକୁ ଆସିବା ପରେ ତାଙ୍କୁ ଜଣେ ପୁରୁଷ ବନ୍ଧୁ ମାର୍କେଟକୁ ଡାକିଥିଲେ। ସେଠାରୁ ଏକ ପଞ୍ଚତାରକା ହୋଟେଲକୁ ଡାକିଥିଲେ। ସେଠାରେ ତାଙ୍କ ସହିତ ଅସଦାଚରଣ କରିଥିଲେ। କେବଳ ସେତିକି ନୁହେଁ, ତାଙ୍କୁ ଧମକ ମଧ୍ୟ ଦେଇଥିଲେ। ଏହି ଘଟଣା ପରେ ଯୁବତୀ ଜଣକ ପୋଲିସରେ ଜଣାଇଥିଲେ। ସୂଚନା ଅନୁଯାୟୀ ସାଉଥ୍‌ ମୁମ୍ବାଇର ଯୁବକ ଜଣକ ତାଙ୍କ ପିତା ଏବଂ ଅନ୍ୟ ସମ୍ପର୍କୀୟଙ୍କ ସହ ଦିଲ୍ଲୀ ଆସିଥିଲେ। ସେଠାରେ ସମସ୍ତେ ଏକାଠି ରହିଥିଲେ। ପରେ ହୋଟେଲରେ ଏକ ରୁମ୍‌ ବୁକ୍‌ କରି ଯୁବକ ଜଣକ ଯୁବତୀଙ୍କୁ ନେଇଯାଇଥିଲେ।

ଅଭିଯୋଗ ଅନୁଯାୟୀ, ଯୁବତୀ ଜଣକ କହିଛନ୍ତି ଅଭିଯୁକ୍ତ ତାଙ୍କୁ ଜାନୁୟାରୀ ୩୦ରେ ମେସେଜ କରିଥିଲେ। ସେ କହିଥିଲେ, ଦିଲ୍ଲୀରେ ଏକ ବିବାହ ଉତ୍ସବକୁ ଆସିବେ। ପରେ ତାଙ୍କୁ ଭେଟିବେ। ଏହାପରେ ୨୦ ଫେବୃୟାରୀ ସକାଳେ ମେସେଜ କର ତାଙ୍କୁ ଭେଟିବାକୁ ତାଙ୍କର ଜଣେ ବନ୍ଧୁଙ୍କ ଘରକୁ ଡାକିଥିଲେ। କିନ୍ତୁ ଯୁବତୀ ଜଣଙ୍କ ମନା କରିଥିଲେ। ପରେ ଦୁଇଜଣ ଖାନ୍‌ ବଜାରରେ ଭେଟିଥିଲେ। ଦୁହେଁ ଏକାଠି ଖାଇଥିଲେ। ପରେ ଅଭିଯୁକ୍ତ ଯୁବତୀଙ୍କୁ ହୋଟେଲକୁ ନେଇଥିଲେ। ସେଠାରେ ତାଙ୍କୁ ବଳାତ୍କାର କରିଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି। ପୋଲିସ କହିଛି, ଯୁବତୀଙ୍କ ଏଫ୍‌ଆଇଆର୍‌ ଗ୍ରହଣ କରାଯାଇଛି। ତଦନ୍ତ ଚାଲିଛି। ଖୁବ୍‌ଶୀଘ୍ର ଅଭିଯୁକ୍ତ ଧରାପଡ଼ିବ।

Share