୬୦ ବର୍ଷରେ ମଜୁରିଆରୁ ମଡେଲ

କୋଝିକୋଡ, ୧୬ା୨: ବେଳେବେଳେ ଭାଗ୍ୟ ବଦଳିବାକୁ ବେଶୀ ସମୟ ଲାଗି ନ ଥାଏ। ଛୋଟ ଛୋଟ କାମରେ ମଧ୍ୟ ଜଣେ ଖୁବ୍‌ଶୀଘ୍ର ପରିଚିତି ହାସଲ କରିନେଇଥାନ୍ତି ଏବଂ ଚାରିଆଡେ ଚର୍ଚ୍ଚା ସାଉଣ୍ଟିଥାନ୍ତି। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି କେରଳର କୋଝିକୋଡରେ, ଯାହାଙ୍କୁ ଲୋକେ ଦିନେ ଲୁଙ୍ଗି ଆଉ ଶାର୍ଟରେ ଦେଖୁଥିଲେ ଏବେ ସେ ରାତାରାତି ପାଲଟିଯାଇଛନ୍ତି ଜଣେ ମଡେଲ। ଦିନ ମଜୁରିଆରୁ ସୁପର ଗ୍ଲାମ୍‌ ମେକ୍‌ଓଭର ସହ ସୋସିଆଲ ମିଡିଆରେ ସେନ୍‌ସେସନ୍‌ ହୋଇଯାଇଛନ୍ତି କୋଝିକୋଡର ବାସିନ୍ଦା ମମ୍ମିକ୍କା। ୬୦ ବର୍ଷ ବୟସରେ ମମ୍ମିକାଙ୍କ ମଡେଲ ଲୁକ୍‌କୁ ଫଟୋଗ୍ରାଫର ଶାରିକ ଭାୟାଲିଲ୍‌ ଇଣ୍ଟରନେଟ୍‌ରେ ଛାଡ଼ିବା ପରେ ଏବେ ତାହା ଭାଇରାଲ ହେବାରେ ଲାଗିଛି। ଏପରି କି ମମ୍ମିକା ସୁଟ୍‌ ପିନ୍ଧି ଏବଂ ଆଇପ୍ୟାଡ୍‌ ଧରି ଏକ ସ୍ଥାନୀୟ ଫାର୍ମର ପ୍ରମୋସନାଲ ଭିଡିଓ ଶୁଟିଂ କରିଛନ୍ତି।
ଦିନ ମଜୁରିଆ ଭାବେ କାମ କରିଥାନ୍ତି। ଆଖପାଖ ଲୋକେ ତାଙ୍କୁ ଅଧିକାଂଶ ସମୟରେ ଲୁଙ୍ଗି ଓ ଶାର୍ଟରେ ଦେଖିଥାନ୍ତି। ସେ ଦିନେ ଜଣେ ମଡେଲ ହୋଇଯିବେ ବୋଲି କେହି ଭାବି ନ ଥିଲେ। ଫଟୋଗ୍ରାଫର ଶାରିକ୍‌ ମମ୍ମିକାଙ୍କ ଏକ ଫଟୋ ସୋସିଆଲ ମିଡିଆ ପେଜ୍‌ରେ ଶେୟାର କରିଥିଲେ। ଏଥିରେ ସେ ଅଭିନେତା ବିନାୟକନଙ୍କ ପରି ଦେଖାଯାଉଥିବା ଅନେକେ କହିଥିଲେ। ପରେ ତାଙ୍କ ସୁପର ଲୁକ୍‌ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ଦେଖି ଶାରିକ୍‌ ତାଙ୍କ ପ୍ରୋଜେକ୍ଟ ପାଇଁ ମମ୍ମିକାଙ୍କୁ ବାଛିଥିଲେ। ସେ ଏ ବିଷୟରେ ମମ୍ମିକାଙ୍କୁ ଜଣାଇଥିଲେ। ମମ୍ମିକା ରାଜି ହେବା ପରେ ଆର୍ଟିଷ୍ଟ ମଜନସ୍‌ ତାଙ୍କୁ ସୁଟ୍‌ ସହ ଏକ ମେକ୍‌ଅପ୍‌ ଦେଇଥିଲେ।

Share