Categories: ଫୁରସତ

ମଡେଲ୍‌ଙ୍କ ପାଇଁ ଆଖିରେ ଟାଟୁ ବନାଇବା ପଡ଼ିଲା ମହଙ୍ଗା

ନୂଆଦିଲ୍ଲୀ, ୧।୧୦: ପୋଲାଣ୍ଡରେ ଟାଟୁ ଡିଜାଇନରଙ୍କ ଭୁଲ୍‌ ଯୋଗୁ ଜଣେ ମଡେଲ୍‌ଙ୍କୁ ଦୃଷ୍ଟିଶକ୍ତି ହରାଇବାକୁ ପଡ଼ିଛି। ଏହି ମଡେଲ୍‌ଙ୍କ ନାମ ହେଉଛି ଆଲେକଜାଣ୍ଡ୍ର ସଡୋସ୍କା। ର଼୍ୟାପର୍‌ ପୋପେକଙ୍କ ପରି ଆକର୍ଷଣୀୟ ଲୁକ୍‌ ପାଇବା ପାଇଁ ସଡୋସ୍କା ନିଜ ଆଖିକୁ କଳା କରିବା ଲାଗି ନିଷ୍ପତ୍ତି ନେଇଥିଲେ। କିନ୍ତୁ ଟାଟୁ ଡିଜାଇନରଙ୍କ ଭୁଲ ଯୋଗୁ ସେ ସାରା ଜୀବନ ଦୃଷ୍ଟିଶକ୍ତି ହରାଇଛନ୍ତି।


ଟାଟୁଗୁଡ଼ିକ ‘ସ୍କେରଲ୍‌ ଟାଟୁ’ ଭାବେ ଜଣାଶୁଣା। ଏହି ପ୍ରକ୍ରିୟା ସମୟରେ ମଡେଲଙ୍କ ଆଖିରେ ସ୍ୟାହି ଇଞ୍ଜେକସନ ଦିଆଯାଇଥାଏ। ଯାହା ଫଳରେ ଆଖିର ଧଳା ଅଂଶ ମଧ୍ୟ କଳା ଦେଖାଯାଇଥାଏ। ସଡୋସ୍କାଙ୍କ ଆଖିରେ ମଧ୍ୟ ସେହିଭଳି କଳା ସ୍ୟାହିର ଇଞ୍ଜେକସନ ଦିଆଯାଇଥିଲା। ଏହାପରେ ସେ ଆଉ କିଛି ଦେଖିପାରି ନ ଥିଲେ। ସଡୋସ୍କାଙ୍କ ଆଖିରେ ଯନ୍ତ୍ରଣା ହୋଇଥିବାବେଳେ ଟାଟୁ ଡିଜାଇନର ପିଓଟୋର କହିଥିଲେ, ଏହା ସ୍ବାଭାବିକ ଏବଂ ଔଷଧ ଦ୍ୱାରା ଚିକିତ୍ସା କରାଯାଇପାରିବ। ତେବେ ଯାଞ୍ଚରେ ଟାଟୁ ଡିଜାଇନର ପିଓଟରଙ୍କ ଏ ସମ୍ବନ୍ଧରେ ଅଜ୍ଞତା ଥିବା ଜଣାପଡ଼ିଛି। ଆଖିରେ ଏହି ସୂକ୍ଷ୍ମ ଟାଟୁ ପାଇଁ ପିଓଟରଙ୍କ ପାଖରେ ଆବଶ୍ୟକ କୌଶଳ ଓ ତାଲିମର ଅଭାବ ଥିଲା। ଯାହା ଫଳରେ ସଡୋସ୍କା ସାରା ଜୀବନ ପାଇଁ ଦୃଷ୍ଟିଶକ୍ତି ହରାଇଛନ୍ତି। ଡାକ୍ତରମାନେ ଦାବି କରିଛନ୍ତି ଯେ, ସ୍ୟାହି ସଡୋସ୍କାରଙ୍କ ଟିସୁରେ ପହଞ୍ଚି ସାରିଛି। ଯେଉଁଥି ପାଇଁ ସେ ପୁଣିଥରେ ଦୃଷ୍ଟିଶକ୍ତି ଫେରିପାଇବା ଆଶା ନାହିଁ।

Share