ମଡେଲ ଭିଟ୍ଟୋରିଆ ହୋଇପାରନ୍ତି ଇଟାଲୀ ରାଣୀ

ଉତ୍ତରପଶ୍ଚିମ ଇଟାଲୀର ସାଭୋୟ ହେଉଛି ୧୧୮ ଛୋଟ ଦ୍ୱୀପପୁଞ୍ଜକୁ ନେଇ ଗଠିତ ଏକ ରାଜ୍ୟ। ଏହାର ରାଜଧାନୀ ହେଉଛି ଭେନିସ୍‌। ପ୍ରିନ୍ସ ଇମାନ୍ବେଲ ଫିଲିବର୍ଟୋ ଅଫ୍‌ ସାଭୋୟ ‘ପ୍ରିନ୍ସ ଅଫ୍‌ ଭେନିସ୍‌’ ନାମରେ ମଧ୍ୟ ପରିଚିତ। ସେ ଫରାସୀ ହାଇ ସୋସାଇଟିର ଅନ୍ୟତମ ଗ୍ଲାମରସ୍‌ ମହିଳା ପ୍ରିନ୍ସେସ୍‌ କ୍ଲୋଟିଲ୍‌ଡେ ମାରିଏ ପାସ୍କେଲ ଅଫ୍‌ ସାଭୋୟଙ୍କୁ ବିବାହ କରିଛନ୍ତି। ଭେନିସ୍‌ ପ୍ରିନ୍ସ ଓ ପ୍ରିନ୍ସେସ୍‌ଙ୍କ ୨ ଝିଅ ହେଲେ ପ୍ରିନ୍ସେସ୍‌ ଭିଟ୍ଟୋରିଆ ଚିଆରା ଏବଂ ପ୍ରିନ୍ସେସ୍‌ ଲୁଇସା ଜିଓଭାନ୍ନା। ଭେନିସ୍‌ ପ୍ରିନ୍ସ ନିଜ ୮୬ ବର୍ଷୀୟ ପିତା ପ୍ରିନ୍ସ ଭିଟ୍ଟୋରିଓ ଇମାନ୍ବେଲଙ୍କ ମୃତ୍ୟୁ ପରେ ଉତ୍ତରାଧିକାରୀ ସୂତ୍ରରେ ମିଳିଥିବା ଇଟାଲୀ ରାଜସିଂହାସନ ଉପରେ ଦାବି ପରିତ୍ୟାଗ କରିବାକୁ ଚାହୁଁଛନ୍ତି। ସେ ଇଟାଲୀ ରାଜସିଂହାସନ ଉପରେ ତାଙ୍କ ଅଧିକାରକୁ ନିଜ ୧୯ ବର୍ଷୀୟା ଝିଅ ପ୍ରିନ୍ସେସ୍‌ ଭିଟ୍ଟୋରିଆ ଚିଆରାଙ୍କୁ ପ୍ରତ୍ୟକ୍ଷ ଭାବେ ହସ୍ତାନ୍ତର କରିବାକୁ ଆଗ୍ରହୀ। କାରଣ ତାଙ୍କ ପରିବାର ଖୋଲା ଓ ପ୍ରଗତିଶୀଳ ବୋଲି ଏହି ପଦକ୍ଷେପ ଦର୍ଶାଇବ। ଝିଅ ତାଙ୍କ ତୁଳନାରେ ଅଧିକ ଭଲ କାମ କରିପାରିବେ ବୋଲି ଗଣମାଧ୍ୟମକୁ ସେ ଜଣାଇଛନ୍ତି। ପ୍ରିନ୍ସ ଆହୁରି କହିଛନ୍ତି, ଆସନ୍ତାକାଲି ହେଉ ବର୍ଷେ ପରେ ଝିଅ ରାଜି ହେଲେ ସବୁକିଛି ସମ୍ଭବ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆଧୁନିକ ବିଚାରଧାରାକୁ ନେଇ ଚଳୁଥିବା ଯୁବପିଢ଼ିଙ୍କୁ ନୂଆ ସୁଯୋଗ ମିଳିବ। ସେମାନେ ବିଶ୍ୱର ଜଟିଳ ସମସ୍ୟାଗୁଡ଼ିକର ସମାଧାନ ଦିଗରେ ଆମଠାରୁ ଅଧିକ ସଚେତନ।
ଭିଟ୍ଟୋରିଆ ପେସାରେ ଜଣେ ମଡେଲ। ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ୭୯,୦୦୦ ଅନୁଗାମୀ ଅଛନ୍ତି। ସେ ବର୍ତ୍ତମାନ ଲଣ୍ଡନ ୟୁନିଭର୍ସିଟିରେ ରାଜନୀତି ବିଜ୍ଞାନ ଓ ଇତିହାସ ବିଭାଗ ଛାତ୍ରୀ। ଇଟାଲୀ ରାଜସିଂହାସନର ଦାୟାଦ ଭାବେ ଭିଟ୍ଟୋରିଆଙ୍କ ଭୂମିକା ତାଙ୍କ ପରିବାର ଦ୍ୱାରା ପରିଚାଳିତ ଚ୍ୟାରିଟି ପାଇଁ ଲାଭଦାୟକ ହେବ। ଗତବର୍ଷ ଏହି ଚ୍ୟାରିଟିରୁ ବିଭିନ୍ନ ପ୍ରକଳ୍ପ ପାଇଁ ୧ ନିୟୁତ ଡଲାର ଖର୍ଚ୍ଚ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri