ଯାତ୍ରୀବାହୀ ବସ୍‌, ମୋବାଇଲ ଟାଓ୍ବାର ଜାଳିଦେଲେ ମାଓବାଦୀ

ମାଲକାନଗିରି,୨୨।୧୧(ସ୍ବ.ପ୍ର.): ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟରେ ମାଓବାଦୀମାନେ ହିଂସାକାଣ୍ଡ ଘଟାଇଛନ୍ତି। ଛତିଶଗଡ଼ କାଙ୍କେର ଜିଲାରେ ସେମାନେ ରବିବାର ରାତିରେ ଏକ ଯାତ୍ରୀବାହୀ ବସ୍‌୍‌ରେ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ଅନ୍ୟ ଏକ ସ୍ଥାନରେ ଥିବା ମୋବାଇଲ ଟାୱାରକୁ ମଧ୍ୟ ଜାଳି ଦେଇଥିବା ଜଣାପଡ଼ିଛି। ବିଳମ୍ବିତ ରାତିରେ କାଙ୍କେର ଜିଲାର କୋଇଲବାଡ଼ି ଗ୍ରାମରେ ସଶସ୍ତ୍ର ମାଓବାଦୀ ପହଞ୍ଚତ୍ଥିଲେ। ସେଠାରେ ଯାତ୍ରୀଙ୍କ ଅପେକ୍ଷାରେ ଥିବା ଏକ ଯାତ୍ରୀବାହୀ ବସ୍‌ ଭିତରେ ଥିବା ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ ଓହ୍ଲାଇ ସେଠାରୁ ଚାଲିଯିବାକୁ କହିଥିଲେ। ସେମାନେ ଭୟରେ ପଳାଇ ଯିବା ପରେ ବସ୍‌ରେ ମାଓବାଦୀମାନେ ନିଆଁ ଲଗାଇ ଦେଇଥିଲେ। ସେଠାରେ ପୋଷ୍ଟର ଛାଡି ଚାଲିଯାଇଥିଲେ। ଅନ୍ୟ ଏକ ଘଟଣାରେ ପଖାଞ୍ଜୁର ଥାନା ଅନ୍ତର୍ଗତ ପିଭି-୪୫ ଗ୍ରାମରେ ଥିବା ଏକ ମୋବାଇଲ ଟାୱାରରେ ମଧ୍ୟ ସେମାନେ ନିଆଁ ଲଗାଇଦେଇ ଥିଲେ। ମାଓବାଦୀଙ୍କ ଏଭଳି ହିଂସା ପରେ ସମ୍ପୃକ୍ତ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି।