ପବନରେ ଚାର୍ଜ ହେବ ମୋବାଇଲ୍‌: ଏହି କମ୍ପାନୀ ଆଣୁଛି ଅଜବ ଟେକ୍ନୋଲୋଜି

ଆମେରିକାରେ ଚାଲିଥିବା କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ଇଭେଣ୍ଟ ତଥା CES 2024ରେ ବିଶ୍ୱର ବିଭିନ୍ନ ସ୍ଥାନରୁ କମ୍ପାନୀଗୁଡିକ ସେମାନଙ୍କର ନୂତନ ଟେକ୍ନୋଲୋଜି ଉପସ୍ଥାପନ କରୁଛନ୍ତି। ଏହି କ୍ରମରେ ସ୍ମାର୍ଟଫୋନ କମ୍ପାନୀ ଇନଫିନିକ୍ସ CES 2024ରେ ଏକ ନୂତନ ଟେକ୍ନୋଲୋଜି ଆଣିଛି, ଯାହାର ନାମ ଏୟାର ଚାର୍ଜ ଟେକ୍ନୋଲୋଜି। ଏହାର ସାହାଯ୍ୟରେ ୟୁଜର୍ସମାନେ ୭.୫W ପର୍ଯ୍ୟନ୍ତ ସେମାନଙ୍କର ଡିଭାଇସ ଚାର୍ଜ କରିବାକୁ ସକ୍ଷମ ହେବେ। ଏୟାର ଚାର୍ଜ ଟେକ୍ନୋଲୋଜି ମଲ୍ଟି-କଏନ୍‌ ଚୁମ୍ବକୀୟ ରିଜୋନାନ୍ସ ଏବଂ କମ୍ପାନୀର ଆଲଗୋରିଦମ ଉପରେ ନିର୍ଭର କରେ, ଯାହା ୨୦ ସେଣ୍ଟିମିଟର ଏବଂ ୬୦ ଡିଗ୍ରୀ ଆଙ୍ଗେଲ୍‌୍‌ ପର୍ଯ୍ୟନ୍ତ ଓ୍ବାୟରଲେସ୍‌ ଚାଜର୍ିଂର ଅନୁମତି ଦେଇଥାଏ। ଏୟାର ଚାର୍ଜ ଟେକ୍ନୋଲୋଜିରେ ପ୍ରୋଟେକ୍ଟିଭ ସର୍କିଟ ସାମିଲ ଅଛି ଏବଂ ୬.୭୮ MHz ରୁ କମ ଫ୍ରିକ୍ୱେନ୍ସି ବ୍ୟବହାର କରେ। ଇନଫିନିକ୍ସର ଏହି ଏୟାରଚାର୍ଜ ଟେକ୍ନୋଲୋଜିର ସାହାଯ୍ୟରେ ୟୁଜର୍ସମାନେ ଖେଳ ସିଜିନରେ କିମ୍ବା ଭିଡିଓ ଦେଖିବା ସମୟରେ ସହଜରେ ନିଜ ଫୋନ ଚାର୍ଜ କରିପାରିବେ। ସେମାନଙ୍କୁ ଚାର୍ଜ କରିବା ପାଇଁ ଚାର୍ଜିଂ ତାର ସ୍ଥାପନ କରିବାର କୌଣସି ଆବଶ୍ୟକତା ନାହିଁ।
ସ୍ମାର୍ଟଫୋନ କମ୍ପାନୀ ଇନଫିନିକ୍ସ ଆଉ ଏକ ନୂତନ ଇ-କଲର ଶିଫ୍ଟ ଟେକ୍ନୋଲୋଜି ଆଣିଛି। ଇନଫିନିକ୍ସର ଏହି ଇ-କଲର ଶିଫ୍ଟ ଟେକ୍ନୋଲୋଜି ହେତୁ ସ୍ମାର୍ଟଫୋନର ପଛ ଭାଗରେ ରଙ୍ଗ ବଦଳିବାରେ ଲାଗେ। କମ୍ପାନୀ ଦାବି କରିଛି ଯେ, ଏହି ପ୍ରକ୍ରିୟାରେ ଫୋନର ବ୍ୟାଟେରୀ ଆଦୌ ଖର୍ଚ୍ଚ ହୁଏ ନାହିଁ।
ଇନଫିନିକ୍ସ ଏହି ନୂତନ ଫିଚରକୁ ବିକଶିତ କରିଛି, ଯାହା ଦ୍ୱାରା ୟୁଜର୍ସମାନେ ନିଜ ଇଚ୍ଛାନୁସାରେ ସ୍ମାର୍ଟଫୋନର ପଛକୁ କଷ୍ଟମାଇଜ କରିପାରିବେ। ଏହି ଟେକ୍ନୋଲୋଜିର ସାହାଯ୍ୟରେ ୟୁଜର୍ସମାନେ ନିଜ ଫୋନ ପଛ ପଟରେ ସମୟ, ମୁଡ୍‌ ଏବଂ ଅନ୍ୟାନ୍ୟ ଫିଚରଗୁଡିକୁ ମ୍ୟାଟ୍ରିକ୍ସ ଆରେଞ୍ଜମେଣ୍ଟରେ ପ୍ରଦର୍ଶିତ କରିପାରିବେ। କମ୍ପାନୀ ଦାବି କରିଛି ଯେ ଏହି ଫିଚର ସାହାଯ୍ୟରେ ୟୁଜର୍ସମାନେ ବ୍ୟାଟେରୀ ବ୍ୟବହାର ନ କରି ନିଜ ଫୋନର ପଛ ପ୍ୟାନେଲକୁ କଷ୍ଟମାଇଜ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

Cyber Attack On Pension: ସାବଧାନ! କରନ୍ତୁନି ଏହି ଭୁଲ୍‌, ନହେଲେ ହଡ଼ପ ହୋଇଯିବ ସବୁ ପେନସନ

ନୂଆଦିଲ୍ଲୀ,୧୭।୨: ଆପଣଙ୍କୁ ଏବେ ଟଙ୍କାର ଅତ୍ୟନ୍ତ ଆବଶ୍ୟକତା ଅଛି କିନ୍ତୁ ଋଣ ନେବାକୁ ଚାହୁଁନାହଁ। ଏପରି ପରିସ୍ଥିତିରେ, ଟଙ୍କା ଉଠାଇବା ପାଇଁ ଆପଣଙ୍କ ନଜର ପେନସନ...

କୋଟି କୋଟି ଲୋକଙ୍କ ପାଇଁ ଭଲ ଖବର: EPFOରେ ବଡ଼ ପରିବର୍ତ୍ତନ! ଏଣିକି…

ନୂଆଦିଲ୍ଲୀ,୧୭।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO)ର କୋଟି କୋଟି ସଦସ୍ୟଙ୍କ ପାଇଁ ଏକ ବଡ଼ ଖବର ଅଛି। ସରକାର ଏବେ ଇପିଏଫ୍‌ଓ ପାଇଁ ଏକ...

ଓଡ଼ିଶାରେ ବିଏସ୍‌ଏନ୍‌ଏଲର ନୂତନ ସେବା

ଭୁବନେଶ୍ୱର,୧୭।୨: ବିଏସଏନଏଲ ବୋର୍ଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଏ ରବର୍ଟ ଜେ ରବି ଓଡ଼ିଶା ଗସ୍ତରେ ଆସିଛନ୍ତି। ଶନିବାର ସେ ବିଏସଏନଏଲ ଭବନରେ ଓଡ଼ିଶାର...

ଅକ୍ଟୋବର ସୁଦ୍ଧା ସ୍ବଦେଶୀ ସେମିକଣ୍ଡକ୍ଟର ଚିପ୍‌ ଉତ୍ପାଦନ

ଭୁବନେଶ୍ୱର,୧୭।୨ (ଅନୁରାଧା ମହାରଣା): ଭାରତ ଖୁବ୍‌ ଶୀଘ୍ର ଏହାର ପ୍ରଥମ ସ୍ବଦେଶୀ ସେମିକଣ୍ଡକ୍ଟର ଚିପ୍‌ ଉତ୍ପାଦନ ଆଡକୁ ଗତି କରୁଛି। ଚଳିତବର୍ଷ ସେପ୍ଟେମ୍ବର କିମ୍ବା ଅକ୍ଟୋବର ସୁଦ୍ଧା...

ବିକଳ୍ପ ଶକ୍ତିର ଉପଯୋଗ ଉପରେ ମାନବ ଜାତିର ଗୁରୁତ୍ୱ

ଭୁବନେଶ୍ୱର,୧୭।୨ (ଅଭୟ ଦାଶ): ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟ (ମିନିଷ୍ଟ୍ରି ଅଫ୍‌ ପେଟ୍ରୋଲିୟମ ଆଣ୍ଡ ନାଚୁରାଲ ଗ୍ୟାସ୍‌ ବା ଏମ୍‌ଓପିଏନଜି)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ...

ନ୍ୟୁଜିଲାଣ୍ଡରେ ବ୍ୟବସାୟ ବିସ୍ତାର କରିବ ମାଲାବାର

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବୈଶ୍ୱିକ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସ ଖୁବଶୀଘ୍ର ନ୍ୟୁଜିଲାଣ୍ଡରେ ବ୍ୟବସାୟ ବିସ୍ତାର କରିବ ବୋଲି...

ଆଜିଠାରୁ ଫାସ୍‌ଟାଗର ନୂଆ ନିୟମାବଳୀ

ନୂଆଦିଲ୍ଲୀ,୧୭।୨: ଜାତୀୟ ରାଜପଥରେ ଗମନାଗମନକୁ ସୁଗମ କରିବା ସହିତ ଚାଳକଙ୍କର ସମୟ ରକ୍ଷାକୁ ଅଗ୍ରାଧିକାର ଦେବା ପାଇଁ ସରକାର ଟୋଲଗେଟ୍‌ଗୁଡିକରେ ସ୍ବୟଂଚାଳିତ ଟୋଲ ଟିକସ ବ୍ୟବସ୍ଥା...

ବଜାରରେ ଏଚ୍‌ଏମ୍‌ଏସ୍‌ଆଇର ସାଇନ ୧୨୫

ନୂଆଦିଲ୍ଲୀ,୧୭।୨: ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)ର ନୂତନ ମଡେଲ ୨୦୨୫ ସାଇନ ୧୨୫ର ଅନାବରଣ ନିକଟରେ ହୋଇଯାଇଛି। ଏ ସମ୍ପର୍କରେ ହୋଣ୍ଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri