୧୫ ଗାଁରେ ମିଳୁନି ମୋବାଇଲ ସେବା

ତେନ୍ତୁଳିଖୁଣ୍ଟି, ୬।୧(ଚିଦାନନ୍ଦ ସାହୁ): ବର୍ତ୍ତମାନ ସମୟରେ ଖାଦ୍ୟ, ବସ୍ତ୍ର, ବାସଗୃହ ଭଳି ମୌଳିକ ଆବଶ୍ୟକତାରେ ଟେଲି ଯୋଗାଯୋଗ ବା ମୋବାଇଲ ସେବା ଯୋଡ଼ିହୋଇଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ। କିନ୍ତୁ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକର ଏଭଳି ୧୫ଟି ଗ୍ରାମ ଅଛି ଯେଉଁଠି ଏବେବି ମୋବାଇଲ୍‌ ନେଟ୍‌ଓ୍ବର୍କ ଆସୁନାହିଁ। ତେନ୍ତୁଳିଖୁଣ୍ଟି ବ୍ଲକ ଲମତାଗୁଡ଼ା ପଞ୍ଚାୟତର ୩, ଗୌଡ଼ଦେଓପାଲି ପଞ୍ଚାୟତର ୯ ଓ ତେନ୍ତୁଳିଖୁଣ୍ଟି ସଦର ପଞ୍ଚାୟତର ୩ ଗାଁ ମୋବାଇଲ ସେବାରୁ ବଞ୍ଚତ୍ତ। ଉକ୍ତ ଗ୍ରାମର ଅଧିବାସୀଙ୍କୁ ବ୍ୟାପକ ଅସୁବିଧା ଭୋଗିବାକୁ ପଡ଼ୁଛି। କାହାରିକୁ ଯୋଗାଯୋଗ କରିବାକୁ ହେଲେ ଲୋକଙ୍କୁ ପାହାଡ଼ ଉପରକୁ ଯିବାକୁ ପଡ଼ୁଛି।
ତେନ୍ତୁଳିଖୁଣ୍ଟିରେ ଇନ୍ଦ୍ରାବତୀ ଭଳି ଏକ ବୃହତମ ନଦୀବନ୍ଧ ଯୋଜନା ରହିଛି। ଦେଓପାଲିରେ ମୁଖ୍ୟବନ୍ଧ ଅଞ୍ଚଳ ରହିଛି। ଯେଉଁଠାରୁ ଜଳସ୍ତର ଜାଣିବା ସହ ୪ ବ୍ଲକକୁ ଜଳଯୋଗାଣ ବ୍ୟବସ୍ଥା ନିୟନ୍ତ୍ରଣ କରାଯାଉଛି। ତଥାପି ଏଠାରେ ମୋବାଇଲ ସେବା ବ୍ୟବସ୍ଥା କରାଯାଇନାହିଁ। ପ୍ରତି ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକ ଦେଓପାଲି ଆସିଥାନ୍ତି। ଏଠାରେ ମୋବାଇଲ ସେବା ନ ଥିବାରୁ ଆଣିଥିବା ଗାଡ଼ି ଖରାପ ହେଉ ଅବା ଆଉ କିଛି ଅସୁବିଧା ହେଲେ କାହାରିକୁ ଯୋଗାଯୋଗ କରିବାରେ ସମସ୍ୟା ଦେଖାଦିଏ। ମୋବାଇଲ ସେବା ନ ଥିବାରୁ ଗୌଡ଼ଦେଓପାଲି ପଞ୍ଚାୟତରେ ପିଡିଏସ୍‌ ସେବା ଅଫ ଲାଇନରେ କରାଯାଉଛି। ଫଳରେ ଏଥିରେ ସ୍ବଚ୍ଛତା ରାହୁ ନ ଥିବା ଅଭିଯୋଗ ହେଉଛି।
ଗୌଡ଼ଦେଓପାଲି, ହିରିଗୁଡା, ଚିଙ୍ଗୁଡ଼ିସର, ପିପିଲଗୁଡ଼ା, କାଦବେଡା, ଘୁଷୁରାଗୁଡା, ଡାଇକ, ଡଙ୍ଗାଝରଣ ଗ୍ରାମରେ ମୋବାଇଲ ସେବା ନାହିଁ। ସେସବୁ ସ୍ଥାନରେ ମୋବାଇଲ ସେବା ଯୋଗାଇଦେବା ପାଇଁ ସରପଞ୍ଚ ପ୍ରମିଳା ମୁଦୁଲି ଜିଲାପାଳଙ୍କୁ ଲିଖିତ ଦାବି କରିଛନ୍ତି। ଏମ୍‌ପି ରମେଶ ଚନ୍ଦ୍ର ମାଝି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଦେଓପାଲିରେ ମୋବାଇଲ ସେବା ଯୋଗାଇବାକୁ ଦାବି ରଖିଛନ୍ତି।
ଲମତାଗୁଡ଼ା ପଞ୍ଚାୟତ ପଡ଼ାଆଉଁଳି, ତଳ ଗୋଡ଼ି, ତଗାପାଲି, ଉପରଗୋଡି ଗ୍ରାମ ମଧ୍ୟ ମୋବାଇଲ ସେବାରୁ ବଞ୍ଚତ୍ତ। ଏଠାକାର ଗ୍ରାମବାସୀ ଯୋଗାଯୋଗ ପାଇଁ ଉଚ୍ଚସ୍ଥାନକୁ ଯାଇ କଥା ହେଉଥିବା ଦେଖାଯାଉଛି। ମୋବାଇଲ ସେବା ନ ଥିବାରୁ ଗର୍ଭବତୀ ଓ ରୋଗୀ ବହୁଳଭାବେ ଅସୁବିଧା ଭୋଗୁଛନ୍ତି। ତେନ୍ତୁଳିଖୁଣ୍ଟି ସଦର ପଞ୍ଚାୟତ ବରଡ଼ାଝୋଡ଼ି, ଲଦିପଦର ଓ ପାଙ୍ଗଣମରା ଅଞ୍ଚଳରେ ମୋବାଇଲ ସେବାରୁ ବଞ୍ଚତ୍ତ ତଥାପି କାହାରି ନିଘା ନାହିଁ। ଗାଁକୁ ମୋବାଇଲ ସେବା ନ ଥିବାରୁ ଆମ ପୁଅମାନଙ୍କୁ ବୋହୂ ମିଳିବା କଷ୍ଟ ହୋଇଯାଉଛି ବୋଲି ଗ୍ରାମବାସୀ କହିଛନ୍ତି। କୋଭିଡ୍‌ ସମୟରେ ଅନ୍‌ଲାଇନ ପାଠପଢ଼ା ହେଉଥିଲା। ମୋବାଇଲ ସେବା ନ ଥିବାରୁ ଏସବୁ ଅଞ୍ଚଳର ପିଲାଙ୍କ ପାଠପଢା ବ୍ୟାହତ ହୋଇଥିଲା। ପିଲାମାନେ ବିଭିନ୍ନ ପରୀକ୍ଷା ପାଇଁ ନିଜ ଆଡ୍‌ମିଟ କାର୍ଡର ମେସେଜ ମଧ୍ୟ ନ ପାଇ ହଇରାଣ ହେଉଥିବା ଦେଖାଯାଇଛି। ପ୍ରଶାସନ ଓ ଲୋକ ପ୍ରତିନିଧି ଏଠି ପ୍ରତି ଦୃଷ୍ଟିଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri