ତାଜୁଙ୍ଗିଆରେ ୨ ବର୍ଷ ହେଲା ମୋବାଇଲ ସେବା ଅଚଳ: କେହି ଶୁଣୁନାହାନ୍ତି ଅଭିଯୋଗ

ଦାରିଙ୍ଗବାଡି, ୧୨।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ପଞ୍ଚାୟତ ଭାବେ ରହିଛି ତାଜୁଙ୍ଗିଆ ପଞ୍ଚାୟତ ସେଠାକୁ ଯିବାକୁ ହେଲେ ଘାଟି ଅଣଓସାରିଆ ରାସ୍ତା ରହିଛି। ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳଭାବେ ଜଣାଶୁଣା ତାଜୁଙ୍ଗିଆରେ ଅନେକ ସୁବିଧା ଲୋକଙ୍କ ପାଇଁ ଅପହଞ୍ଚ ହୋଇ ରହିଥିବାବେଳେ ଏବେ ସବୁଠାରୁ ବଡ଼ ସମସ୍ୟା ମୁଣ୍ଡ ଟେକିଛି ବିଏସଏନଏଲର ମୋବାଇଲ ସେବା। ଦିନେ କି ୨ ଦିନ ନୁହେଁ, ଆଜିକୁ ୨ ବର୍ଷ ବିତିଲା ମୋବାଇଲ ସେବା ଠପ ହୋଇଯାଇଛି। ଫଳରେ କ୍ଷୁଦ୍ର ଗ୍ରାମଞ୍ଚଳ ବ୍ୟାଙ୍କ ସେବା ସମେତ ଛାତ୍ରୀଛାତ୍ରଙ୍କ ପାଠ ପଢା, ଅନଲାଇନରେ ନାମ ଲେଖା ଆଦି ବଡ଼ ସମସ୍ୟା ମୁଣ୍ଡ ଟେକିଛି।
ସେହିପରି ଉଭୟ ସରକାରଙ୍କ ଦ୍ୱାରା ଲୋକଙ୍କୁ ୧ ଶହ ଦିନର କାମ ଯୋଗାଇବା ପାଇଁ ଏମଜିଏନଇଆରଜିଏସ କାର୍ଯ୍ୟରେ ଅନଲାଇନ କାମ ପାଇଁ ଶ୍ରମିକମାନେ ଆବେଦନ କରିପାରୁ ନ ଥିବାବେଳେ କାମ କରୁଥିବା ଶ୍ରମିକମାନଙ୍କ ଅନଲାଇନରେ କୌଣସି ଡାଟା ଏଣ୍ଟ୍ରି ହୋଇପଟୁନାହିଁ। ସେଠାରୁ ପ୍ରାୟ ପଚାଶ କିମି ଦାରିଙ୍ଗବାଡି ଯାଇ ଏହି ସବୁ କାର୍ଯ୍ୟ କରିବାକୁ ପଡୁଥିବା ଜଣାପଡିଛି।
ଏନେଇ ତାଜୁଙ୍ଗିଆ ସରପଞ୍ଚ ଚୁମୁକି ପ୍ରଧାନ ପୂର୍ବରୁ ବାରମ୍ବାର ବିଏସଏନଏଲ ଅଫିସକୁ ଦୌଡିବା ସହ ଜିଲା ପ୍ରଶାସନଠାରେ ଗୁହାରି କରିଥିଲେ ମଧ୍ୟ ୨ ବର୍ଷ ବିତିଗଲା କିନ୍ତୁ ବିଏସଏନଏଲ ସେବା ଯୋଗାଇଦିଆଯାଇ ନ ଥିବା ଅଭିଯୋଗ କରିଛନ୍ତି। ସରପଞ୍ଚ ନିଜେ ସୋମବାର କନ୍ଧମାଳର ନୂତନ ଜିଲାପାଳ ବେଦଭୂଷଣଙ୍କ ଅଭିଯୋଗ ପ୍ରକୋଷ୍ଠ ଦାରିଙ୍ଗବାଡିଠାରେ ଲିଖିତ ଅଭିଯୋଗ କରିଛନ୍ତି। ସେ ବିଏସଏନଏଲ ସେବା ଇ ପଞ୍ଚାୟତ ଅଞ୍ଚଳରେ ବସୁଧା ଜଳ ନିଅଣ୍ଟ ପଡୁଥିବା ନେଇ ଅଭିଯୋଗ କରିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ନ୍ୟୁଜିଲାଣ୍ଡ

ଅକ୍‌ଲାଣ୍ଡ,୨୦ା୩: ଶୁକ୍ରବାର ଖେଳାଯାଇଥିବା ତୃତୀୟ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୮ ଉଇକେଟରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ। ଟମ୍‌ ଲଥାମ(୬୩)ଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଏବଂ…

ରୁଷିଆରେ ଡିଜିଟାଲ୍‌ ଷ୍ଟ୍ରାଇକ୍‌: ଡ୍ରୋନ୍‌ ମାଡ଼ ଭୟରେ ଇଣ୍ଟରନେଟ୍‌ ସେବା ବନ୍ଦ, ପୁଟିନଙ୍କୁ ଘାରିଛି ଅଜଣା ଭୟ?

ନୂଆଦିଲ୍ଲୀ,୨୦।୩: ବର୍ତ୍ତମାନ ସାରା ବିଶ୍ୱ ଏକ ଅସ୍ଥିର ପରିସ୍ଥିତି ଦେଇ ଗତି କରୁଛି। ଗୋଟିଏ ପଟେ ରୁଷିଆ-ୟୁକ୍ରେନ ଯୁଦ୍ଧ ଜାରି ରହିଥିବା ବେଳେ ଅନ୍ୟପଟେ ଇରାନ, ଇସ୍ରାଏଲ…

ବାଲିଗୁଡ଼ାରେ ଗ୍ୟାସ୍‌ ସମସ୍ୟା, ହୋଟେଲ ବନ୍ଦ

ବାଲିଗୁଡା,୨୦ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ସହରରେ କିଛିଦିନ ହେବ ଜାଳେଣି ଗ୍ୟାସ ସମସ୍ୟା ଦେଖାଦେଇଛି। ଫଳରେ ଗ୍ୟାସ୍‌ ଉପଭୋକ୍ତାଙ୍କ ମଧ୍ୟରେ ଘୋର ଅସନ୍ତୋଷ ବୃଦ୍ଧି ପାଇଛି। ଅନ୍ୟପଟେ…

ସରକାରଙ୍କ ବଡ଼ ଘୋଷଣା: ନିୟମିତ ହେବେ ସ୍କିମାଟିକ ଜୁନିୟର ଶିକ୍ଷକ

ଭୁବନେଶ୍ୱର,୨୦।୩: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଚୁକ୍ତିଭିତ୍ତିକ ସ୍କିମାଟିକ ଜୁନିୟର ଶିକ୍ଷକଙ୍କୁ ନିୟମିତ କର୍ମଚାରୀ ମାନ୍ୟତା ମିଳିବ ବୋଲି ସରକାରଙ୍କ…

IPL ପୂର୍ବରୁ ସରକାରଙ୍କ ‘ମାଷ୍ଟରଷ୍ଟ୍ରୋକ୍‌’: ୩୦୦ ଅଧିକ ବେଆଇନ ବେଟିଂ ସାଇଟ୍‌ ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ,୨୦।୩: ଭାରତରେ ବେଆଇନ ଜୁଆ ଏବଂ ସଟ୍ଟାବାଜି (Betting) ଚଳାଉଥିବା ସଂସ୍ଥାଗୁଡ଼ିକ ବିରୋଧରେ କେନ୍ଦ୍ର ସରକାର ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆଗକୁ ଆଇପିଏଲ୍‌(IPL…

ଗ୍ରାହକଙ୍କୁ Zomatoର ବଡ଼ ଝଟ୍‌କା! ଏଲ୍‌ପିଜି ସଙ୍କଟ ପରେ ଏବେ ଅନଲାଇନ୍‌ରେ ଖାଇବା ମଗାଇବା ହେଲା ମହଙ୍ଗା, ଦେବାକୁ ହେବ…

ନୂଆଦିଲ୍ଲୀ,୨୦।୩:ସାଧାରଣ ଲୋକଙ୍କ ପକେଟ ଉପରେ ପୁଣି ଏକ ମହଙ୍ଗା ମାଡ଼ ହୋଇଛି। ଯଦି ଆପଣ ଅନଲାଇନ୍‌ରେ ଖାଦ୍ୟ ଅର୍ଡର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ…

ଛାତ୍ରୀମାନେ ନିଜ ସୁରକ୍ଷା ନିଜେ କରିବା ପାଇଁ ନେଲେ ଏମିତି ପଦକ୍ଷେପ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୦ା୩(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁଠାରେ ରହିଥିବା ଋଷିମାଳ ଡିଗ୍ରୀ ମହାବିଦ୍ୟାଳୟରେ ମାର୍ଚ୍ଚ ୫ରୁ ୧୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା…

କାରଣ ଦର୍ଶାଅ ନୋଟିସର ଉତ୍ତର ନେଇ ପ୍ରତିକ୍ରିୟା ରଖିଲେ ପ୍ରମିଳା: ଦଳ ଫିଲଟର ହେଉଛି, ସବୁ ଅଳିଆ…

ଭୁବନେଶ୍ୱର,୨୦।୩: କାରଣ ଦର୍ଶାଅ ନୋଟିସର ଉତ୍ତର ନେଇ ପ୍ରତିକ୍ରିୟାରଖିଲେ ପ୍ରମିଳା ମଲ୍ଲିକ। ସେ କହିଛନ୍ତି,ଚିଠି ଗୋଟେ ଅଫିସରୁ ବସି ଟାଇପ ହୋଇଛି। ଏମାନେ ଦସ୍ତଖତ କରିଛନ୍ତି ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri