ନୂଆଦିଲ୍ଲୀ,୬।୧୦: ସାଧାରଣ ଲୋକଙ୍କୁ ପୁଣି ଥରେ ମହଙ୍ଗା ମାଡ଼ର ଝଟକା ଲାଗିପାରେ। ଏଥର ଏହି ଝଟକା ଟେଲିକମ କମ୍ପାନୀଗୁଡ଼ିକ ଦେଇପାରନ୍ତି। ଏକ ରିପୋର୍ଟ ଅନୁସାରେ, ଆଗାମୀ ୪ରୁ ୫ ମାସ ମଧ୍ୟରେ ଟେଲିକମ କମ୍ପାନୀଗୁଡ଼ିକ ନିଜ ଟାରିଫ ପ୍ଲାନରେ ୧୨ରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିପାରନ୍ତି। ଏହାର ଅର୍ଥ ହେଉଛି ସାଧାରଣ ଲୋକଙ୍କୁ ନିଜ ମୋବାଇଲ ରିଚାର୍ଜ ପ୍ଲାନ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।
ସେଣ୍ଟ୍ରମ ଇନଷ୍ଟିଚ୍ୟୁସନାଲ ରିସର୍ଚ୍ଚ (Centrum Institutional Research)ର ଏକ ରିପୋର୍ଟ ଅନୁଯାୟୀ, ଭାରତର ଟେଲିକମ କ୍ଷେତ୍ରରେ ଆଗାମୀ ଚାରିରୁ ପାଞ୍ଚ ମାସ ମଧ୍ୟରେ ଟାରିଫରେ ଆଉ ୧୨-୧୫ ପ୍ରତିଶତ ବୃଦ୍ଧି ଘଟିପାରେ। ରିପୋର୍ଟ ମୁତାବକ, ମାର୍କେଟ କନସୋଲିଡେସନ ପରେ ଦର ବଢ଼ାଇବା ପାଇଁ ବାତାବରଣ ଅଧିକ ଅନୁକୂଳ ହୋଇଯାଇଛି। ରିପୋର୍ଟରେ କୁହାଯାଇଛି ଯେ ବଜାରରେ କେବଳ ୩+୧ ପ୍ଲେୟାର୍ସ ରହିଥିବାରୁ ମୂଲ୍ୟ ବୃଦ୍ଧି କରିବାର ସୁଯୋଗ ବଢ଼ିଯାଇଛି ଏବଂ ଆଗାମୀ ୪ରୁ ୫ ମାସ ମଧ୍ୟରେ ଟାରିଫରେ ୧୨-୧୫ ପ୍ରତିଶତ ବୃଦ୍ଧି ହେବାର ସମ୍ଭାବନା ରହିଛି।