Posted inଫୁରସତ

ମୋବାଇଲ୍‌ ଫଟୋଗ୍ରାଫି

ବର୍ତ୍ତମାନ ଯୁବପିଢ଼ିଙ୍କଠାରେ ଫଟୋଗ୍ରାଫି କ୍ରେଜ୍‌ ବଢ଼ିବାରେ ଲାଗିଛି। ସୋସିଆଲ୍‌ ମିଡିଆରେ ବିଭିନ୍ନ ଫଟୋ ଏବଂ ଭିଡିଓ ପୋଷ୍ଟ କରିବା ଯେମିତି ସେମାନଙ୍କ ପାଇଁ ଏକ ନିଶା ପାଲଟିଛି। ଅଧିକାଂଶ ଏଥିପାଇଁ ମୋବାଇଲ୍‌ ଫୋନ୍‌ ଉପରେ ନିର୍ଭର କରୁଛନ୍ତି। ଆଉ ନିଜ ଫଟୋଗ୍ରାଫିକୁ ଆହୁରି ଭଲ କରିବା ଲାଗି ବିଭିନ୍ନ ସ୍ମାର୍ଟ ମୋବାଇଲ୍‌ ଆସେସରିଜ୍‌ ଏବେ ସାଜିଛି ସେମାନଙ୍କ ପାଇଁ ବେଷ୍ଟ ଅପ୍‌ସନ…

ବର୍ତ୍ତମାନ ଫଟୋଗ୍ରାଫିରେ ସଉକ ରଖୁଥିବା ଅଧିକାଂଶ ଯୁବତୀଯୁବକଙ୍କ ପାଇଁ ମୋବାଇଲ୍‌ ଫୋନ୍‌ ବେଶ୍‌ ସହାୟକ ହୋଇପାରୁଛି। ତା’ଛଡ଼ା ବିଭିନ୍ନ ସ୍ମାର୍ଟଫୋନ୍‌ ଫଟୋଗ୍ରାଫି ଆସେସରିଜ୍‌ ଏବେ ଫଟୋଗ୍ରାଫିକୁ ଆହୁରି ସୁବିଧାଜନକ କରିପାରିଛି…
ସେଲ୍ଫି ରିଙ୍ଗ୍‌ ଲାଇଟ୍‌ ଏବଂ ପୋର୍ଟେବଲ୍‌ ଏଲ୍‌ଇଡି ପ୍ୟାନେଲ୍‌: ବର୍ତ୍ତମାନ ବିଭିନ୍ନ ପୋଜ୍‌ରେ ସେଲ୍ଫି ନେବା ଏବଂ ସେଲ୍ଫି ଭିଡିଓ ଶୁଟ୍‌ କରିବା ଯୁବପିଢ଼ିଙ୍କର ଏକ ନିଶା ପାଲଟିଗଲାଣି। ବିଶେଷକରି ସୋସିଆଲ୍‌ ମିଡିଆ ସାଇଟ୍ସଗୁଡ଼ିକରେ ରିଲ୍ସ କରିବା ଲାଗି ମଧ୍ୟ ତାଙ୍କୁ ଅଧିକ ଦରକାର ହେଉଛି ସେଲ୍ଫି ବା ଫ୍ରଣ୍ଟ କ୍ୟାମେରା। ହେଲେ କେବେକେବେ ଠିକ୍‌ ଲାଇଟ୍‌ ବ୍ୟବସ୍ଥା ନ ଥିବାରୁ ଫଟୋ, ଭିଡିଓ ଅନ୍ଧାରିଆ ହୋଇ ଖରାପ ଦିଶିଥାଏ। ତେବେ ଏହି ସମସ୍ୟାର ସମାଧାନ କରିବାର ବେଷ୍ଟ ଉପାୟ ହେଉଛି ସେଲ୍ଫି ରିଙ୍ଗ୍‌ ଲାଇଟ୍‌ ଏବଂ ପୋର୍ଟେବଲ୍‌ ଏଲ୍‌ଇଡି ପ୍ୟାନେଲ୍‌। ଏଥିରେ ଜଣେ ଚାହିଁଲେ ନିଜ ଆବଶ୍ୟକତା ଅନୁଯାୟୀ ବ୍ରାଇଟ୍‌ନେସ୍‌ ସହ କଲର ଟେମ୍ପରେଚର ଆଡ୍‌ଜଷ୍ଟ କରିପାରିବ। ଏଥିରେ ଫ୍ରି ଏଙ୍ଗଲ୍‌ ଆଡ୍‌ଜଷ୍ଟମେଣ୍ଟ ସୁବିଧା ରହିଛି। ଏହା ୧୮ ଇଞ୍ଚ ରାଉଣ୍ଡ ଶେପ୍‌ଠୁ ଆରମ୍ଭ କରି ସ୍ମାର୍ଟଫୋନ୍‌ରେ ଫିକ୍ସ ହୋଇପାରୁଥିବା ଭଳି ଛୋଟ ଆକାରରେ ମଧ୍ୟ ମିଳୁଛି। ତେଣୁ ଯେଉଁମାନେ ଏଜୁକେଶନ୍‌, ଇନ୍‌ଫର୍ମେଶନ୍‌ ଭଳି ନିଜେ କିଛି କହୁଥିବା ଭିଡିଓ ସୋସିଆଲ୍‌ ମିଡିଆରେ ପୋଷ୍ଟ କରୁଛନ୍ତି ଅବା ଲାଇଭ୍‌ଷ୍ଟ୍ରିମିଂ କରୁଛନ୍ତି, ସେମାନଙ୍କ ପାଇଁ ଫିଲ୍‌ ଲାଇଟ୍‌ ଭାବେ ବ୍ୟବହାର କରିବା ଲାଗି ଏହା ବେଷ୍ଟ ଅପ୍‌ସନ।
ଆଡ୍‌ ଅନ୍‌ ଲେନ୍ସେସ୍‌: ଫଟୋଗ୍ରାଫି ଭଲ ହେବା ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି କ୍ୟାମେରା। ଯଦି ମୋବାଇଲ୍‌ରେ ଫଟୋ କିମ୍ବା ଭିଡିଓ ଶୁଟ୍‌ କରୁଛନ୍ତି, ତେବେ ବର୍ତ୍ତମାନ ଟେଲିଫଟୋ, ଓ୍ବାଇଡ୍‌ ଏଙ୍ଗଲ୍‌, ମାଇକ୍ରୋ ଲେନ୍ସେସ୍‌ ଭଳି ଫିଚର ଥିବା ପ୍ରିମିୟମ ଫୋନ୍‌ ସବୁଠୁ ଭଲ, ଯେଉଁଥିରେ ଆଡ୍‌ ଅନ୍‌ ଲେନ୍ସ ବ୍ୟବହାର କରିପାରିବେ। ବର୍ତ୍ତମାନ ମାର୍କେଟ୍‌ରେ ସୁପର ଓ୍ବାଇଡ୍‌ ଏଙ୍ଗଲ୍‌, ଫିସ୍‌ ଆଇ, ୨୦ଏକ୍ସ ମାଇକ୍ରୋ ଲେନ୍ସେସ୍‌, ୧୪ ଏକ୍ସ ଜୁମ୍‌ ଭଳି ସୁବିଧା ଥିବା ଅନେକ ଆଡ୍‌ ଅନ୍‌ ଲେନ୍ସେସ୍‌ ଉପଲବ୍ଧ। ତା’ଛଡା ଏଥିରେ କେପିଏଲ୍‌, ଷ୍ଟାର ଫିଲ୍ଟର, କାଲିଡୋସ୍କୋପ୍‌, ରେଡିଆଲ୍‌ ଭଳି ଇଫେକ୍ଟଗୁଡ଼ିକୁ ବ୍ୟବହାର କରି ନିଜ ଫଟୋଗ୍ରାଫିକୁ ଆହୁରି ଆକର୍ଷଣୀୟ କରିପାରିବେ।
ଗିମ୍ବଲ: ବର୍ତ୍ତମାନ ସବୁ ଦେଶର ଯୁବପିଢ଼ିଙ୍କଠାରେ ସୋସିଆଲ୍‌ ମିଡିଆରେ ଫଟୋ, ଭିଡିଓ ପୋଷ୍ଟ କରିବାର କ୍ରେଜ୍‌ ବଢ଼ିବାରେ ଲାଗିଛି। ଏଥିପାଇଁ ଅଧିକାଂଶ ମୋବାଇଲ୍‌ ଉପରେ ନିର୍ଭର କରୁଛନ୍ତି। ହେଲେ ମୋବାଇଲ୍‌ରେ ଶୁଟ୍‌ କରିବା ବେଳେ ହଲିଯିବା କିମ୍ବା କେବେକେବେ ଏକା ଶୁଟ୍‌ କରିବା ବେଳେ ମୋବାଇଲ୍‌ ପଡ଼ିଯିବା ଭଳି ଅସୁବିଧା ହୋଇଥାଏ, ଯେଉଁଥିପାଇଁ ଅନେକେ ଟ୍ରାଇପଡ୍‌ ବ୍ୟବହାର ବି କରିଥା’ନ୍ତି। ହେଲେ ଏଥିରେ ମୁଭ୍‌ମେଣ୍ଟ କମ୍‌ ହୋଇଥିବାରୁ ବର୍ତ୍ତମାନ ଗିମ୍ବଲ୍‌ ସବୁଠୁ ଭଲ ବିକଳ୍ପ ସାଜିଛି। ମାର୍କେଟ୍‌ରେ ବିଭିନ୍ନ କମ୍ପାନିର ଲାଇଟ୍‌ଓ୍ବେଟ୍‌ କମ୍ପାକ୍ଟ ଫୋଲ୍ଡେବଲ୍‌ ଗିମ୍ବଲ ମିଳୁଛି। ଯାହାକି ୩-ଆକ୍ସିସ୍‌ ଷ୍ଟାବିଲାଇଜେଶନ୍‌ ସହିତ ଆକ୍ଟିଭ୍‌ ଟ୍ରାକିଂ, ହାଇପର ଲାପ୍ସ, ସ୍ପୋଟର୍‌ସ ମୋଡ୍‌ ଭଳି ଲାଟେଷ୍ଟ ଫିଚର ମଧ୍ୟ ପ୍ରଦାନ କରୁଛି। ତା’ଛଡ଼ା ଏଥିରେ ଥିବା ମଲ୍ଟିପଲ୍‌ କ୍ୟାମେରା କଣ୍ଟ୍ରୋଲ କେବଲ୍‌ ଏବଂ ଓ୍ବେର୍‌ଲେସ୍‌ ବ୍ଲୁଟୁଥ୍‌ କ୍ୟାମେରା କଣ୍ଟ୍ରୋଲ୍‌ ଅପ୍‌ସନ ମଧ୍ୟ ବ୍ୟବହାର କରିବା ଲାଗି ବେଶ୍‌ ସୁବିଧାଜନକ। ତେଣୁ ନିଜ ଫଟୋ ଏବଂ ଭିଡିଓକୁ ଆହୁରି ଭଲ କରିବା ଲାଗି ଏହାର ସାହାଯ୍ୟ ନେଇପାରିବେ।
ଏକ୍ସଟର୍ନାଲ୍‌ ମାଇକ୍ରୋଫୋନ୍‌: ସ୍ମାର୍ଟଫୋନ୍‌ରେ କରାଯାଉଥିବା ଭିଡିଓରେ ଅଡିଓ କ୍ୱାଲିଟି ଏତେ ଭଲ ଆସି ନ ଥାଏ, ଯେଉଁଥିପାଇଁ ଭିଡିଓ ଯେତେ ଭଲ ହୋଇଥାଉନା କାହିଁକି ଏହାର ଡିମାଣ୍ଡ କମିଯାଏ। ସ୍ମାର୍ଟ ଫୋନ୍‌ର ଏଭଳି ସମସ୍ୟାକୁ ଦୂର କରିପାରୁଛି ଏକ୍ସଟର୍ନାଲ ମାଇକ୍ରୋଫୋନ। ଏକ୍ସଟର୍ନାଲ୍‌ ନଏଜ୍‌କୁ ଫିଲ୍ଟର କରିବା ସହ କ୍ଲିଅର ଭଏସ୍‌ ରେକର୍ଡିଂର ସୁବିଧା ଦେଉଥିବାର ଏହା ଏବେ ପାଲଟିଛି ସଭିଙ୍କର ପ୍ରଥମ ପସନ୍ଦ। ମାର୍କେଟ୍‌ରେ ସଭିଙ୍କ ପକେଟ୍‌କୁ ସୁହାଇଲା ଭଳି ଦାମ୍‌ରେ ଅନେକ ଭେରାଇଟିର ମାଇକ୍ରୋଫୋନ୍‌ ମିଳୁଛି।
କ’ଣ କୁହନ୍ତି ଏମାନେ…
ବିନାୟକ ସେନାପତି (କର୍ମଜୀବୀ, ଏରଞ୍ଚ, କଟକ)- ଫାଙ୍କା ସମୟରେ ଡିଫରେଣ୍ଟ ପୋଜ୍‌ରେ ଫଟୋ କିମ୍ବା ଭିଡିଓ ଶୁଟ୍‌ କରିବା ମୋର ହବି। ବିଶେଷକରି ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ରିଲ୍ସ ପୋଷ୍ଟ କରିବା ପାଇଁ ଭିଡିଓ ଶୁଟ୍‌ କରେ। ତେବେ ଫଲୋୟର୍ସ ବଢ଼ାଇବା ପାଇଁ ଯେକୌଣସି ଭିଡିଓ ନୁହେଁ, ଭଲ କ୍ଲାରିଟି ଥିବା ହାଇଡେଫିନେଶନ୍‌ ଭିଡିଓ ଉପରେ ବି ଧ୍ୟାନ ଦେବାକୁ ପଡ଼େ। ଏଥିପାଇଁ ଯଦିଓ ଡିଏସ୍‌ଏଲ୍‌ଆର୍‌ କ୍ୟାମେରା ରଖିଛି, ହେଲେ ସବୁଆଡ଼େ ଏହା ନେବାକୁ ସୁବିଧା ହେଉ ନ ଥିବାରୁ ମୋବାଇଲ୍‌ରେ ହିଁ ଅଧିକାଂଶ ଶୁଟ୍‌ କରିଥାଏ। ଭଲ ଫଟୋ ଭିଡିଓ ପାଇଁ ସେଲ୍ଫି ଷ୍ଟିକ୍‌, ଷ୍ଟାଣ୍ଡ ଟ୍ରାଇପଡ୍‌, ଆଡ୍‌ ଅନ୍‌ ଲେନ୍ସ ଆଦି ବ୍ୟବହାର କରିଥାଏ।
ତୃପ୍ତିମୟୀ ନାୟକ (କର୍ମଜୀବୀ, ଫୁଲନଖରା, କଟକ)- ଫଟୋଗ୍ରାଫି ଏକ କଳା। ତେଣୁ କ୍ୟାମେରା ହେଉ ବା ମୋବାଇଲ୍‌ରେ ଏହାକୁ ଠିକ୍‌ ଭାବେ କରିପାରିଲେ ହିଁ ଫଟୋ, ଭିଡିଓ ଭଲ ହୋଇପାରିବ। ନିଜ କଥା କହିବି, ମୋର ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଅଛି। ସେଥିରେ ପୋଷ୍ଟ କରିବା ଲାଗି ଭିଡିଓ ସବୁ ମୋବାଇଲ୍‌ ଫୋନ୍‌ରେ ହିଁ ଶୁଟ୍‌ କରିଥାଏ। ଏଥିପାଇଁ ରିଙ୍ଗ୍‌ ଲାଇଟ୍‌, ଟ୍ରାଇପଡ୍‌, ସେଲ୍‌ଫି ଷ୍ଟିକ୍‌ ଏବଂ ମାଇକ୍ରୋଫୋନ୍‌ ଆଦି ଆସେସରିଜ୍‌ ବ୍ୟବହାର କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri