ପେଣ୍ଟ ପକେଟ୍‌ରେ ଥିଲା ମୋବାଇଲ୍ ହଠାତ ହେଲା ବିସ୍ଫୋରଣ, ଅଳ୍ପକେ ବଞ୍ଚିଲେ..

ପଦ୍ମପୁର, ୨୨/୦୫ (ପ୍ରଦୀପ୍ତ ଦାଶ): ପଦ୍ମପୁର ନିକଟସ୍ଥ ଭେଉଁରିଆ ପଞ୍ଚାୟତର ଅମିତ କୁମାର ସାହୁ ସାଧାରଣ ଦିନମାନଙ୍କ ଭଳି ପେଣ୍ଟ ପକେଟ୍‌ରେ ମୋବାଇଲ୍ ରଖି କାମକୁ ବାହାରିଥିଲେ। ଦୁର୍ଭାଗ୍ୟବଶତଃ ଶୁକ୍ରବାର ସକାଳ ପ୍ରାୟ ୮ଟା ସମୟରେ ସେ କାର୍ଯ୍ୟକ୍ଷେତ୍ର ଥାନା ଛକରେ ପହଞ୍ଚିଥିବା ବେଳେ ଏକ ଅଘଟଣ ଘଟିଥିଲା।

ଦୋକାନକୁ ପହଞ୍ଚିବା ସହିତ ତାଙ୍କ ପେଣ୍ଟ ପକେଟ୍‌ରୁ ଧୂଆଁ ବାହାରୁଥିବା ଦେଖି ସେ ତୁରନ୍ତ ମୋବାଇଲ୍‌କୁ ବାହାର କରିଥିଲେ। ସେହି ସମୟରେ ମୋବାଇଲ୍‌ଟି ବିସ୍ଫୋରଣ ଘଟିଥିଲା।

ସୌଭାଗ୍ୟବଶତଃ ଏହି ବିସ୍ଫୋରଣରେ ସେ  ଆହତ ହୋଇନାହାନ୍ତି ଓ ଅଳ୍ପରେ ରକ୍ଷାପାଇଛନ୍ତି।

ସୂଚନାଯୋଗ୍ୟ, ପଦ୍ମପୁର ଅଞ୍ଚଳରେ ବର୍ତ୍ତମାନ ପ୍ରାୟ ୪୩.୫ ଡିଗ୍ରୀ ସେଲସିଅସ୍‌ ତାପମାନ ରେ ତୀବ୍ର ଗରମ ଅନୁଭବ ହେଉଛି। ଏହି ପରିସ୍ଥିତିରେ ମୋବାଇଲ୍‌ଗୁଡିକ ଅଧିକ ଗରମ ହୋଇ ବିପଦ ସୃଷ୍ଟି କରିପାରେ। ସାଧାରଣ ଲୋକଙ୍କୁ ସଚେତନ ରହିବା ସହ ମୋବାଇଲ୍‌ ଅଧିକ ଗରମ ହେଉଥିବା ସମୟରେ ବ୍ୟବହାର କରିବାରୁ ବିରତ ରହିବାକୁ ପରାମର୍ଶ ଦିଆଯାଇଛି।

Dharitri – Odisha’s No.1 Odia Daily

Share