Categories: ଜାତୀୟ

ମୋବାଇଲ୍‌ ଇଣ୍ଟରନେଟ୍‌ ସେବା ବନ୍ଦ

ଶ୍ରୀନଗର, ୨୬।୧: ଗଣତନ୍ତ୍ର ଦିବସ ଅବସରରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଜମ୍ମୁ-କଶ୍ମୀରରେ ମୋବାଇଲ ଇଣ୍ଟରନେଟ୍‌ ସେବାକୁ ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି। ମଙ୍ଗଳବାର ପରେ ଏହା ପୁଣି ସ୍ବାଭାବିକ ହେବ। ପୂର୍ବରୁ ଉଦାମପୁର ଏବଂ ଗାନ୍ଦେରଓ୍ବଲକୁ ଛାଡି ଅନ୍ୟ ଅଞ୍ଚଳରେ ହାଇସ୍ପିଡ୍‌ ମୋବାଇଲ୍‌ ସେବାକୁ ବନ୍ଦ କରାଯାଇଥିଲା। ଅନ୍ୟ ଜିଲାଗୁଡ଼ିକରେ ୨ଜି ସେବା ଯୋଗାଣ ଜାରି ରହିଛି। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶିତ ହୋଇଥିଲା।

Share