ଫାଣ୍ଟୋମ ଭାଇବ୍ରେଶନ୍‌ ସିଣ୍ଡ୍ରୋମ

ଏବେ ହାଇଟେକ୍‌ ଯୁଗ। ଇଲେକଟ୍ରୋନିକ ଜିନିଷର ବ୍ୟବହାର ଦିନକୁ ଦିନ ବଢ଼ିବାରେ ଲାଗିଛି। ବର୍ତ୍ତମାନ ମୋବାଇଲ ବ୍ୟବହାର ଏକ ସାଧାରଣ କଥା ପାଲଟି ଗଲାଣି। କାରଣ ଯୋଗାଯୋଗ କ୍ଷେତ୍ରରେ ଏହା ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ଅନେକ ମୋବାଇଲକୁ ସାର୍ଟ ପକେଟ୍‌ରେ ରଖିଥାଆନ୍ତି। ଏହାର ଖରାପ ପ୍ରଭାବ ଶରୀର ଉପରେ ପଡିଥାଏ ବୋଲି ଜର୍ଜିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଟେକ୍ନୋଲୋଜିର ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି। ଏହା ଦ୍ୱାରା ଯେଉଁ ରୋଗ ହୋଇଥାଏ ତାହାକୁ ସେମାନେ ‘ଫାଣ୍ଟୋମ ଭାଇବ୍ରେଶନ ସିଣ୍ଡ୍ରୋମ’ ନାମରେ ନାମିତ କରିଛନ୍ତି। ସାର୍ଟ ପକେଟ୍‌ରେ ମୋବାଇଲ୍‌ ରଖିଲେ ବେଳେବେଳେ ଭାଇବ୍ରେଟ୍‌ ହେବା ପରି ଲାଗିଥାଏ, ଯାହା ଏହି ରୋଗର ଅନ୍ୟତମ ଲକ୍ଷଣ। ତେଣୁ ଛାତି ପକେଟରେ ମୋବାଇଲ୍‌ ରଖିବା ଏକ ଖରାପ ଅଭ୍ୟାସ ବୋଲି ସେମାନେ ମତ ଦେଇଛନ୍ତି। ଏହାବ୍ୟତୀତ ମୋବାଇଲକୁ ସାର୍ଟ କିମ୍ବା ପ୍ୟାଣ୍ଟ ପକେଟ୍‌ରେ ରଖିବା ସମୟରେ ଭାଇବ୍ରେସନ ମୋଡ୍‌ରେ ନ ରଖିବାକୁ ସେମାନେ ପରାମର୍ଶ ଦେଇଛନ୍ତି। ଏହି ସମୟରେ ଏହାକୁ ସବୁବେଳେ ଜେନେରାଲ୍‌ ମୋଡ୍‌ରେ ରଖନ୍ତୁ।