ବୋର୍ଡରେ ଲାଗିଥିଲା ମୋବାଇଲ ଚାର୍ଜର, ପାଟିରେ ପୂରାଇ ଦେଲା ୨ ବର୍ଷର ଶିଶୁ, ଆଉ ତା’ ପରେ…

ବ୍ରାସିଲିଆ,୨୮ା୮: ପୂର୍ବ ବ୍ରାଜିଲର ଏରେର ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ମୋବାଇଲ ଫୋନ୍‌ ଚାର୍ଜର ଛୁଇଁବା ପରେ ଜଣେ ଦୁଇ ବର୍ଷ ଶିଶୁର ଜୀବନ ଯାଇଛି।

ଦୁଇବର୍ଷର ଶିଶୁ ସାରା ଅଲ୍‌ବେସ ଡ ଅଲ୍‌ବୁକର୍କକୁ କରେଣ୍ଟ ଲାଗିବା ପରେ ହସ୍ପିଟାଲ ନିଆଯାଇଥିଲା। ମାତ୍ର ଡାକ୍ତର ବହୁ ଚେଷ୍ଟା କରି ମଧ୍ୟ ଶିଶୁଟିର ଜୀବନ ରକ୍ଷା କରିପାରି ନ ଥିଲେ।

ଫୋନ୍‌ ଚାର୍ଜର କାନ୍ଥରେ ଲାଗିଥିବା ଏକ ବୋର୍ଡରେ ଝୁଲିଥିଲା। ଶିଶୁଟି ଏହାର ତାରକୁ ଆଣି ପାଟିରେ ପୂରାଇ ଦେଇଥିଲା। ଫଳରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଯାଇଥିଲା। ପରେ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ତାର ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଚାର୍ଜରଟି ନିମ୍ନମାନର ଥିଲା। ଯାହାକି ଶିଶୁଟିର ଜୀବନ ନେଇଗଲା। ମାତାପିତାଙ୍କ ଅସାବଧାନତା ଯୋଗୁ ନିରୀହ ଶିଶୁର ଜୀବନଦୀପ ଲିଭିଗଲା ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

Share