Categories: ଜାତୀୟ

ତାମିଲନାଡ଼ୁ ସ୍କୁଲରେ ମୋବାଇଲ ବ୍ୟାନ୍‌

ଚେନ୍ନାଇ, ୧୫ା୬: ତାମିଲନାଡ଼ୁ ସ୍କୁଲରେ ଛାତ୍ରୀଛାତ୍ର ମୋବାଇଲ ବ୍ୟବହାର ଉପରେ କଟକଣା ଲଗାଯାଇଛି। ସ୍କୁଲକୁ ମୋବାଇଲ ଆଣିଲେ ଏହାକୁ ଜବତ କରାଯିବ ଏବଂ ଆଉ ଫେରସ୍ତ କରାଯିବ ନାହିଁ ବୋଲି ରାଜ୍ୟ ସ୍କୁଲ ଶିକ୍ଷାମନ୍ତ୍ରୀ ଅନ୍‌ବିଲ୍‌ ମହେଶ ପୋୟାମୋଝି କହିଛନ୍ତି। ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଏହି ନିୟମ ଲାଗୁ ହେବ। ମହାମାରୀ ସମୟରେ ପାଠପଢ଼ା ପାଇଁ ମୋବାଇଲ ଫୋନ ଅତ୍ୟାବଶ୍ୟକ ଜିନିଷ ପାଲଟିଥିଲେ ହେଁ ଏହା ଅନେକ ବିଶୃଙ୍ଖଳାର କାରଣ ପାଲଟିଛି।

Share