Categories: ଜାତୀୟ

ମୋଦିଙ୍କୁ ରାମ, ଯୋଗୀଙ୍କୁ କୃଷ୍ଣ କହିବାରୁ ମୁସଲମାନ ବ୍ୟକ୍ତିଙ୍କୁ ପିଟିଲେ ଲୋକେ

ବରେଲି,୭।୪: ଉତ୍ତର ପ୍ରଦେଶର ବରେଲିରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମୁସଲମାନ ଯୁବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିଥିବାରୁ ସ୍ଥାନୀୟ ଅଞ୍ଚଳର ଲୋକମାନେ ତାଙ୍କୁ ପିଟିଛନ୍ତି। ଏହି ଘଟଣା ବାରଦରି ପୋଲିସ ଷ୍ଟେଶନ ଅଞ୍ଚଳର ସାଇଲାନି ଅଞ୍ଚଳରେ ଘଟିଛି।
ସୂଚନାଯୋଗ୍ୟ, କାମରନ ନାମକ ଜଣେ ଯୁବକ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାକୁ ପ୍ରଶଂସା କରିବା ମହଙ୍ଗା ପଡିଛି। କାମରାନ ମୋଦିଙ୍କୁ ରାମ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ କୃଷ୍ଣ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ। ଏଥିରେ ରାଗିଯାଇ ସ୍ଥାନୀୟ ଲୋକ ତାଙ୍କୁ ମାଡ଼ ମାରିଥିଲେ। ମାଡ ମାରିବା କାରଣରୁ କାମରନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଜିଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କାମରାନଙ୍କ ଅଭିଯୋଗ ଉପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Share