‘ମୋ ସରକାର’କୁ ମାନୁନାହାନ୍ତି

ଢେଙ୍କାନାଳ ଅଫିସ, ୨୦।୩:‘ଜନସାଧାରଣ ହେଉଛନ୍ତି ଗଣତନ୍ତ୍ରର ଆତ୍ମା। ଗଣତନ୍ତ୍ରରେ ପ୍ରତିଟି ଅନୁଷ୍ଠାନ ଲୋକଙ୍କ କଲ୍ୟାଣ ପାଇଁ, ଲୋକଙ୍କ ପଇସାରେ ଲୋକଙ୍କ ସେବା ଏବଂ ସଶକ୍ତୀକରଣ ପାଇଁ ସୃଷ୍ଟି କରାଯାଇଛି। ଜିଲା ପ୍ରଶାସନ, ଢେଙ୍କାନାଳ କାର୍ଯ୍ୟାଳୟ ଲୋକଙ୍କ ସେବା ପାଇଁ ଅଛି। ଲୋକମାନେ ହିଁ ଏହାର ପ୍ରକୃତ ମାଲିକ। ଜିଲା କାର୍ଯ୍ୟାଳୟକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରାଯିବ। ବୃତ୍ତିଗତ ଓ ସେବା ମନୋଭାବ ନେଇ ସେମାନଙ୍କ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଲୋକମାନେ ହେଉଛନ୍ତି ପ୍ରକୃତ ସରକାର ଏବଂ ଏଠାରେ କାମ କରୁଥିବା ସମସ୍ତ କର୍ମଚାରୀ ଲୋକଙ୍କ ପଇସାରେ ହିଁ ବେତନ ପାଉଛନ୍ତି।’ ମୋ ସରକାର ଏବଂ ୫-ଟି ବ୍ୟବସ୍ଥା ପ୍ରତି ଲୋକଙ୍କ ଆସ୍ଥା ବଢ଼ାଇବା ଲକ୍ଷ୍ୟରେ ଢେଙ୍କାନାଳ ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟ, ପୋଲିସ ଥାନା, ଫାଣ୍ଡିରେ ଏଭଳି ପୋଷ୍ଟର ଲଗାଯାଇଛି। ହେଲେ ନିର୍ଦ୍ଦେଶ ଠିକ୍‌ ଢଙ୍ଗରେ ପାଳନ ହେଉ ନ ଥିବା ଅଭିଯୋଗ ହେଉଛି। ସମସ୍ୟା ଜଣାଇବାକୁ ଦପ୍ତରକୁ ଧାଇଁ ଆସୁଥିବା ହିତାଧିକାରୀଙ୍କ ଦୁଃଖ ଶୁଣିବା ତ ଦୂରର କଥା, ବାବୁମାନେ ସେମାନଙ୍କୁ ପାଖ ପୂରାଇ ଦେଉନାହାନ୍ତି। ପଚାରିଲେ ଉପରଠାଉରିଆ ଉତ୍ତର ଦେଉଛନ୍ତି। ପ୍ରଶାସନ ଏବଂ ଜନତାଙ୍କ ମଧ୍ୟରେ ଦୂରତ୍ୱ ହ୍ରାସ କରିବା ପାଇଁ ରାଜ୍ୟ ସରକାର ଏଭଳି ଅଭିନବ ପଦକ୍ଷେପ ଗ୍ରହଣ କରିଥିବାବେଳେ ବାବୁମାନଙ୍କ ହେୟଜ୍ଞାନ ଯୋଗୁ ଏହାର ପ୍ରକୃତ ଲକ୍ଷ୍ୟ ବାଟବଣା ହେଉଥିବା ବୁଦ୍ଧିଜୀବୀମାନେ କହିଛନ୍ତି।
ସରକାରୀ ଦପ୍ତରରେ ଦଳଗତ କାର୍ଯ୍ୟ, ପ୍ରଯୁକ୍ତିବିଦ୍ୟା, ସ୍ବଚ୍ଛତା, ପରିବର୍ତ୍ତନ ଏବଂ ସମୟ ସୀମା ପ୍ରମୁଖ ୫ ବିଷୟକୁ ଗୁରୁତ୍ୱ ଦିଆଯିବ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ହେଲେ ଢେଙ୍କାନାଳ ଜିଲାରେ ଏସବୁକୁ ପାଳନ କରିବା ଲାଗି ଅଧିକାରୀମାନେ ଆନ୍ତରିକତା ଦେଖାଉନାହାନ୍ତି। ବ୍ଲକ ସଦର, ଉପଖଣ୍ଡର ସରକାରୀ କାର୍ଯ୍ୟାଳୟକୁ ଦୂରଦୂରାନ୍ତରୁ ଆସୁଥିବା ଆଶାୟୀଙ୍କୁ ବାବୁମାନେ ବେଖାତିର କରିବା ସହ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହେଉଛି। ଏପରି କି ଗାଳିଗୁଲଜ କରିବା ସହ ଦରଖାସ୍ତପତ୍ର ଫୋପାଡ଼ି ଦେଉଛନ୍ତି। ହେଲେ ଭୟରେ ଅଧିକାରୀଙ୍କ ବିରୋଧରେ ସ୍ବର ଉଠାଇବାକୁ ଗରିବ ଲୋକେ ସାହସ ଜୁଟାଇପାରୁନାହାନ୍ତି। ଆଞ୍ଚଳିକସ୍ତରରେ ଠିକ୍‌ ଭାବେ ଅଭିଯୋଗ ଶୁଣାଯାଉ ନ ଥିବାରୁ ଜିଲା ପ୍ରଶାସନ ପକ୍ଷରୁ ହେଉଥିବା ଅଭିଯୋଗ ଶୁଣାଣିରେ ଅଭିଯୋଗଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।
ଆଦିବାସୀ ବହୁଳ କଙ୍କଡ଼ାହାଡ଼ ବ୍ଲକର ପଙ୍ଗାତୀରା, ମହାବିରୋଡ, ଗଡ଼ପଳାଶୁଣି, ଘାଗରାମୁଣ୍ଡା ଆଦି ୮ ପଞ୍ଚାୟତ ବ୍ଲକ କାର୍ଯ୍ୟାଳୟଠାରୁ ଦୂରରେ ଥିବାରୁ ସମ୍ପୃକ୍ତ ଅଞ୍ଚଳବାସୀ ଉପେକ୍ଷିତ ହୋଇ ରହିଛନ୍ତି। ଏ ଦିଗରେ ବିଭାଗୀୟ ଅଧିକାରୀମାନଙ୍କ ଆନ୍ତରିକତା ଅଭାବ ରହୁଛି। ଏପରି କି ଜରୁରୀ ସମୟରେ ଫୋନ୍‌ କଲେ ଅଧିକାରୀ ସହଯୋଗ କରିବା ବଦଳରେ ଡିଷ୍ଟର୍ବ ନ କରିବାକୁ ତାଗିଦା କରୁଛନ୍ତି। ହେଲେ ଖଣିଖାଦାନ ଲିଜ୍‌ଧାରୀଙ୍କୁ କାର୍ଯ୍ୟାଳୟରେ ଭିନ୍ନ ମର୍ଯ୍ୟାଦା ଦିଆଯାଉଥିବା ଅଞ୍ଚଳବାସୀ କହିଛନ୍ତି।
ଏ ସଂକ୍ରାନ୍ତରେ ଜିଲାପାଳ ସରୋଜ କୁମାର ସେଠୀ କୁହନ୍ତି, ‘ମୋ ସରକାର’ ଓ ୫-ଟି ନିୟମାବଳୀ ଉପରେ ଅଧିକାରୀମାନେ ସଚେତନ ଅଛନ୍ତି। କିନ୍ତୁ ଏହା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉ ନାହିଁ ବୋଲି ଭାବୁଛୁ। ଏଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri