୨ ଦିନିଆ ଇଞ୍ଜିନିୟର ଓ ସ୍ଥପତି ସମ୍ମିଳନୀ

ଭୁବନେଶ୍ୱର,୨୦।୩: ଚ୍ୟାନେଲ୍‌ ପାର୍ଟନର ଓ ଷ୍ଟିଲ୍‌ ଟ୍ରେଡର୍ସ ପାଟନା ପକ୍ଷରୁ ନିକଟରେ ଏକ ୨ ଦିନିଆ ଇଞ୍ଜିନିୟର ଓ ସ୍ଥପତି ସମ୍ମିଳନୀ ଗୋଆଠାରେ ଆୟୋଜିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ରୁଙ୍ଗଟା ଷ୍ଟିଲ ଅଂଶଗ୍ରହଣ କରିଥିଲା। ଏପରିକି ଗୋଆର କାଲାଙ୍ଗୁଟେ ବିହାମୋ ବାଏ ଷ୍ଟୋର୍କଠାରେ ଉକ୍ତ ସମ୍ମିଳନୀର ଆୟୋଜନ କରାଯାଇଥିଲା। ବିଶେଷ କରି ନିର୍ମାଣ ଶିଳ୍ପର ସଦ୍ୟତମ ଧାରା ଉପରେ ବିସ୍ତୃତ ଆଲୋଚନା କରିବା ଲାଗି ଏଭଳି ଏକ ସମ୍ମିଳନୀ ଆୟୋଜନ କରାଯାଇଥିଲା।

ଯେଉଁଥିରେ ଦେଶର ସବୁଠୁ ପ୍ରଭାବଶାଳୀ ଇଞ୍ଜିନିୟର ଓ ସ୍ଥପତିମାନଙ୍କୁ ଏକଜୁଟ କରିବା ସହ ନେଟ୍‌ୱର୍କ ସ୍ଥାପନ କରିବା ଏବଂ ନିଜ ଅଭିଜ୍ଞତା ଓ ବିଶେଷତାକୁ ବାଣ୍ଟିବା ଲାଗି ଉକ୍ତ ସମ୍ମିଳନୀ ସମସ୍ତ ଅଂଶ ଗ୍ରହଣକାରୀମାନଙ୍କୁ ଉତ୍କୃଷ୍ଟ ସୁଯୋଗ ପ୍ରଦାନ କରିଥିଲା। ଏହି ଦୁଇଦିନିଆ ସମ୍ମିଳନୀରେ ରୁଙ୍ଗ୍‌ଟା ଷ୍ଟିଲ୍‌ର ଏଫ୍‌ଇ୫୫୦ଡି ଟିଏମ୍‌ଟି ବାର୍‌ ବ୍ୟବହାରର ଲାଭ ଏବଂ ପ୍ରଯୁକ୍ତି, ନବସୃଜନ, ନିରନ୍ତରତା ଉପରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା। ଏ ସମ୍ପର୍କରେ କମ୍ପାନୀର ବରିଷ୍ଠ ମହାପ୍ରବନ୍ଧକ ଏବଂ ବିକ୍ରି ଓ ମାର୍କେଟିଂ ମୁଖ୍ୟ (ଟିଏମ୍‌ଟି) ଅରବିନ୍ଦ କୁମାର କହିଛନ୍ତି, ଆମର ଚ୍ୟାନେଲ୍‌ ପାର୍ଟନର ଷ୍ଟିଲ ଟ୍ରେଡର୍ସ ଏବଂ ସ୍ଥପତି ଇଞ୍ଜିନିୟର ଯେଉଁମାନେ ଆମ ପୋର୍ଟଫୋଲିଓରେ ଥିବା ଉପତ୍ାଦର ପ୍ରଥମ ଅନୁଭୂତି ହାସଲ କରନ୍ତି ସେମାନଙ୍କ ସହ ହାତ ମିଳାଇବା ଅତ୍ୟନ୍ତ ଖୁସିର ବିଷୟ। ଏପରିକି ଏକ ନିର୍ଦ୍ଦିଷ୍ଟ କମ୍ପାନୀ ଓ ଶିଳ୍ପ ଭାବେ ମିଳିତ ଲକ୍ଷ୍ୟ ହାସଲ କରିପାରେ।

ହେଲେ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ମୂଲ୍ୟବୋଧ ଓ ଲକ୍ଷ୍ୟ ଆଣିଥାନ୍ତି। ଏହି ବର୍ଦ୍ଧିତ ଶିଳ୍ପ ପେସାଦାରମାନଙ୍କ ସହ ନେଟୱର୍କ ଓ ସହଯୋଗିତା ସ୍ଥାପନ କରିବା ଲାଗି ଉକ୍ତ ସମ୍ମିଳନୀ ରୁଙ୍ଗଟା ଷ୍ଟିଲ୍‌ ପାଇଁ ଏକ ଉଲ୍ଲେଖନୀୟ ସୁଯୋଗ ଥିଲା। ଯାହା ଭବିଷ୍ୟତ ସହଯୋଗିତାର ଆକର୍ଷଣୀୟ ସମ୍ଭାବନା ପ୍ରଦାନ କରୁଛି। ବିଶେଷ କରି ଆମ ଲକ୍ଷ୍ୟକୁ ଆଗକୁ ବଢ଼ାଇବା ଲାଗି ଏକ ଦୃଢ଼ ମୂଳଦୁଆ ମଧ୍ୟ ସ୍ଥାପନ କରୁଛି। ଏହି ସ୍ଥପତି ଓ ଇଞ୍ଜିନିୟର ସମ୍ମିଳନୀରେ ବିହାରର ନିର୍ମାଣ ଶିଳ୍ପର ୨୦ ପ୍ରଭାବଶାଳୀଙ୍କ ଏକ ଦଳ ଅଂଶଗ୍ରହଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri