ସମ୍ବଲପୁରରେ ଗଡ଼ିବ ମୋ ବସ୍‌

ସମ୍ବଲପୁର,୫ା୫(ବ୍ୟୁରୋ): ସମ୍ବଲପୁରରେ ଖୁବ୍‌ଶୀଘ୍ର ମୋ ବସ୍‌ ସେବା ଆରମ୍ଭ ହେବ। ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଏହା ଲୋକାର୍ପଣ ହୋଇପାରେ ବୋଲି ଆଲୋଚନା ହେଉଛି। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ମହାନଗର ନିଗମ ଅନ୍ତର୍ଗତ କାଇଁଶିିର ରାସ୍ତାରେ ବସ୍‌ଷ୍ଟାଣ୍ଡ ପାଇଁ ଜମି ଚିହ୍ନଟ ହୋଇଛି। ଜମି ଅଧିଗ୍ରହଣ ପ୍ରକ୍ରିୟା ମଧ୍ୟ ଖୁବ୍‌ଶୀଘ୍ର ହେବ। ପ୍ରଥମ ପର୍ଯ୍ୟାୟରେ ୫୦ ଓ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୫୦ ମୋଟ ୧୦୦ ବସ୍‌ ଚଳାଚଳ କରିବ। ଭୁବନେଶ୍ୱର ପରେ ସମ୍ବଲପୁରରେ ସରକାର ମୋ ବସ୍‌ ସେବା ଆରମ୍ଭ କରିବେ ବୋଲି ଆଲୋଚନା ହେଉଛି। ସମ୍ବଲପୁରରେ ଏବେ ସିଟି ବସ୍‌ ସେବା ରହିଛି। ମୋଟ ୪୨ ଗୋଟି ସିଟି ବସ୍‌ ଚଳାଚଳ କରୁଛି। ଟ୍ରାଫିକ ଓ ଅନ୍ୟାନ୍ୟ ସମସ୍ୟା ଯୋଗୁ ସହର ଭିତରେ ଏହି ବସ୍‌ ଚଳାଚଳ କରୁନାହିଁ। ହେଲେ ହୀରାକୁଦ ଓ ବୁର୍ଲା ସହ ପଡ଼ୋଶୀ ଝାରସୁଗୁଡ଼ା ଏବଂ ବରଗଡ଼ ଜିଲାକୁ ସିଟି ବସ୍‌ ଚଳାଚଳ କରୁଛି। କେଉଁ ରୁଟ୍‌ରେ କେତେ ବସ୍‌ ଚାଲିବ, ବସ୍‌ଷ୍ଟାଣ୍ଡ ଓ ଆନୁଷଙ୍ଗିକ ବ୍ୟବସ୍ଥା ନେଇ ପ୍ରଶାସନ ଏକ ରିପୋର୍ଟ ତିଆରି କରି ପଠାଇଥିବା ଜଣାପଡିଛି। ପରିବହନ ଓ ସରକାରୀ ସ୍ତରରେ ଅନୁମୋଦନ ପରେ ଆରମ୍ଭ ହେବ ବୋଲି ଆଶା କରାଯାଉଛି। କିଛିଦିନ ପୂର୍ବରୁ ଉତ୍ତରାଞ୍ଚଳ ରାଜସ୍ବ କମିଶନର ଡ. ସୁରେଶ ଚନ୍ଦ୍ର ଦଳାଇ, ମହାନଗର ନିଗମ କମିଶନର ପ୍ରଦୀପ ସାହୁ ବସ୍‌ଷ୍ଟାଣ୍ଡ ପାଇଁ ଜମି ଚିହ୍ନଟ କରିଥିଲେ। ପ୍ରାୟ ସାଢେ ୪ ଏକର ଜମିରେ ଏକ ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ନିର୍ମାଣ ହେବ। ମୁଖ୍ୟତଃ ମୋ ବସ୍‌ଗୁଡିକ ଏହି ବସ୍‌ଷ୍ଟାଣ୍ଡରେ ରହି ଚଳାଚଳ କରିବ। ସମ୍ବଲପୁର ମହାନଗର ନିଗମ କମିଶନର ସାହୁ କହିଛନ୍ତି, ଏବେ ମୋ ବସ୍‌ ଚଳାଚଳ ପାଇଁ ଚୂଡ଼ାନ୍ତ ହୋଇ ନାହିଁ। ଅନୁମୋଦନ ମଧ୍ୟ ଆସି ନାହିଁ। ଡିଜେଲ ଚାଳିତ ବସ୍‌ ଚଳାଚଳ କରିବା କଷ୍ଟକର। ତେଣୁ ବିକଳ୍ପ ବ୍ୟବସ୍ଥା ଥିବା ଯାନ କିଣାଯାଇ ପାରେ ା ଏବେ ମୋ ବସ୍‌ ଚଳାଚଳ ନେଇ କେବଳ ପ୍ରକ୍ରିୟା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?