ସୋମବାରରୁ ଗଡ଼ିବ ମୋ’ ବସ୍‌

ଭୁବନେଶ୍ୱର,୧୫।୭: ରାଜଧାନୀ ଭୁବନେଶ୍ୱରରେ କଟକଣା କୋହଳ ହେବା ସହ ବସ୍‌ ଚଳାଚଳକୁ ମିଳିଛି ଅନୁମତି । ଏହାକୁ ଦେଖି କ୍ୟାପିଟାଲ୍‌ ରିଜନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ଯାତ୍ରୀମାନଙ୍କୁ ପୂର୍ବପରି ସେବା ଯୋଗାଇ ଦିଆଯିବ ବୋଲି ଗୁରୁବାର ସୂଚନା ଦିଆଯାଇଛି। ଆସନ୍ତା ସୋମବାର ଜୁଲାଇ ୧୯ ତାରିଖରୁ ରାଜଧାନୀରେ ସମ୍ପୂର୍ଣ୍ଣ ରୂପେ ମୋ ବସ୍‌ ଚଳାଚଳ କରିବ। ତେବେ ବାହାରୁ ଆସୁଥିବା ଯାତ୍ରୀମାନଙ୍କୁ ପୂର୍ବପରି ଶୁକ୍ରବାରଠାରୁ ରବିବାର ପର୍ଯ୍ୟନ୍ତ ରେଳ ଷ୍ଟେଶନରୁ କଟକ ଏବଂ ଖୋର୍ଦ୍ଧା ରେଳ ଷ୍ଟେଶନକୁ ସେବା ଯୋଗାଇ ଦିଆଯିବ। ସେହିପରି ବିମାନବନ୍ଦରରୁ ରେଳଷ୍ଟେଶନ ପର୍ଯ୍ୟନ୍ତ ଶଟଲ୍‌ ସେବା ଯୋଗାଇ ଦିଆଯିବ ବୋଲି କ୍ରୁଟ୍‌ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁ ମେ ୫ରୁ ରାଜ୍ୟରେ ବସ୍‌ ଚଳାଚଳ ଉପରେ କଟକଣା ଲାଗିଥିଲା। ଏଣୁ ଭୁବନେଶ୍ୱରବାସୀ ମୋ’ ବସ୍‌ ସେବାରୁ ବଞ୍ଚିତ ହୋଇଥିଲେ