ମୋ ବସ୍‌ରେ ଲାଗିଲା ନିଆଁ: ଅଣନିଃଶ୍ୱାସୀ ହୋଇ ଝରକା ବାଟେ ବାହାରିଲେ ଯାତ୍ରୀ

କଟକ,୨୨।୨: ପୁଣି ମୋ ବସ୍‌ରେ ଘଟିଛି ଅଘଟଣ। କଟକ ଜିଲା ଜଗତପୁର ଥାନା ଅଧୀନ ବିରୂପା ବ୍ୟାରେଜ ନିକଟରେ ଶନିବାର ଏକ ମୋ ବସ୍‌ରେ ଅଚାନକ ନିଆଁ ଲାଗିଯାଇଥିଲା। ସେହି ସମୟରେ ବସ୍‌ର ସେନ୍ସର ଗେଟ୍‌ ଲକ୍‌ ପଡି ଆଉ ଖୋଲି ନ ଥିଲା। ଫଳରେ ବସ୍‌ ଭିତରେ ଥିବା ସମସ୍ତ ଯାତ୍ରୀ ଅଣନିଃଶ୍ୱାସୀ ହୋଇପଡିଥିଲେ।

ହେଲେ ଯାତ୍ରୀ ଜଣକ କୌଶଳ କ୍ରମେ ଝରକା ଖୋଲି ବାହାରକୁ ଆସିଥିଲେ। ପରେ ସମସ୍ତ ଯାତ୍ରୀଙ୍କୁ ଝରକା ବାଟେ ସୁରକ୍ଷିତ ବାହାର କରାଯାଇଥିଲା। ଅନ୍ୟପକ୍ଷେ ବସ୍‌ରୁ ପ୍ରବଳ ଧୂଆଁ ବାହାରୁଥିଲେ ମଧ୍ୟ ଯାତ୍ରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଡ଼ ଅଘଟଣ ପୂର୍ବରୁ ଏଡାଇ ଦିଆଯାଇ ପାରିଛି ।

ମିଳିଥିବା ସୂଚନା ମୁତାବକ ଏକ ମୋ ବସ୍‌ ଚୌଦ୍ୱାର ଥାନା ଅଧୀନ ଆଗ୍ରା ହାଟରୁ ବାହାରି ଚୁଡାଖିଆ, କଳିଙ୍ଗ ଛକ ଓ ଗାନ୍ଧୀ ଛକରୁ ୩୫ରୁ ଊର୍ଦ୍ଧ ଯାତ୍ରୀଙ୍କୁ ଧରି ଯାଉଥିଲା। ହେଲେ ବିରୂପା ନଦୀ ଅତିକ୍ରମ କରି ସାରିବା ପରେ ହଠାତ୍‌ ବସ୍‌ରେ ଏକ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଯାତ୍ରୀ ଚିତ୍କାର କରିବାରୁ ଡ୍ରାଇଭର ଗାଡ଼ିକୁ ଅଟକାଇ ଥିଲେ । ସେତେବେଳକୁ ବସ୍‌ରେ ପ୍ରଚଣ୍ଡ ଧୂଆଁ ବାହାରିଥିଲା।

ଯାତ୍ରୀମାନେ ଜୀବନ ବଞ୍ଚାଇବା ପାଇଁ ଗେଟ ପଟେ ବାହାରିବା ଚେଷ୍ଟା କରିଥିବା ବେଳେ ସେନ୍ସର ଲକ୍‌ ହୋଇଯାଇଥିଲା । ଯାତ୍ରୀ କୌଣସି ଉପାୟ ନ ପାଇ ଝରକା ବାଟେ ବାହାରିଥିଲେ। ଅପରପକ୍ଷେ ବସ୍‌ଗୁଡିକ ଦୀର୍ଘଦିନ ଧରି ମରାମତି ହେଉ ନ ଥିବାରୁ ଏହି ଘଟଣା ଘଟିଥାଇ ପାରେ ବୋଲି ବସ୍‌ ଡ୍ରାଇଭର ଗଣମାଧ୍ୟକୁ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

ବିପଦକୁ ଡାକୁଛି ମୁକୁଳା ଟ୍ରାନ୍ସଫର୍ମର: ବାଡ଼ବନ୍ଦୀ କରିବାକୁ ଦାବି

ବୁଗୁଡ଼ା,୭ା୩ (କାଳିଚରଣ ଦାଶ): ଖୋଲାମେଲାରେ ରହିଛି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ଯାହ ବିପଦକୁ ହାତ ଠାରି ଡାକୁଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ…

ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ +୨ ଖୋଲିବାକୁ CBSEର ଅନୁମତି

କୋରାପୁଟ,୭ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ ଯୁକ୍ତ୨ ଶ୍ରେଣୀ ଖୋଲିବା ପାଇଁ CBSE ପକ୍ଷରୁ ଅନୁମତି ମିଳିଛି। ସିବିଏସ୍‌ଇ ବୋର୍ଡର ନିୟମାନୁଯାୟୀ ଏହି ବିଦ୍ୟାଳୟ ସମସ୍ତ ଆବଶ୍ୟକ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri