Categories: ଜାତୀୟ

ୟୁନିଫର୍ମ ସିଭିଲ କୋଡ୍‌ ଆଇନ ଆଣିବାକୁ ମୋଦିଙ୍କୁ ଅନୁରୋଧ କଲେ ରାଜ୍‌ ଠାକ୍‌ରେ

ପୁଣେ,୨୨।୫: ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୟୁନିଫର୍ମ ସିଭିଲ କୋଡ ଏବଂ ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଏକ ଆଇନ ଆଣିବାକୁ ଅନୁରୋଧ କରିଛନ୍ତି। ତାଙ୍କ ଅଯୋଧ୍ୟା ଯାତ୍ରା ବାତିଲ କରିବା ପରେ ପୁଣେରେ ଆୟୋଜିତ ଏକ ରାଲିରେ ରାଜ ଠାକରେ କହିଛନ୍ତି, ଖୁବ୍‌ଶୀଘ୍ର ୟୁନିଫର୍ମ ସିଭିଲ କୋଡ, ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଏକ ଆଇନ ଆଣିବା ଏବଂ ଔରଙ୍ଗାବାଦର ନାମ ଶାମ୍ବାଜୀନଗର ନାମରେ ନାମିତ କରିବାକୁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରୁଛି।
ତାଙ୍କର ଅଯୋଧ୍ୟା ଗସ୍ତ ବାତିଲ ବିଷୟରେ ରାଜ ଠାକରେ କହିଛନ୍ତି, ଶାରିରୀକ ଅସୁସ୍ଥତା ଥିବା ଏବଂ ଚିକିତ୍ସା ଚାଲିଥିବାରୁ ଅଯୋଧ୍ୟା ଗସ୍ତ ସ୍ତଗିତ ରଖିଥିବା ସେ କହିଛନ୍ତି। କିନ୍ତୁ ମୋ ବିଷୟରେ ବିଭିନ୍ନ ପ୍ରକାର ଅପପ୍ରଚାର କରାଯାଉଛି। ଗଣମାଧ୍ୟମ ଏହି ଅପପ୍ରଚାର ବନ୍ଦ କରିବା ଉଚିତ। ଯେଉଁମାନେ ମୋ ଅଯୋଧ୍ୟା ଗସ୍ତକୁ ବିରୋଧ କରୁଥିଲେ, ସେମାନେ ମୋତେ ଫସାଇବାକୁ ଚେଷ୍ଟା କରୁଥିଲେ। ମୁଁ ଏହି ବିବାଦ ଭିତରକୁ ନ ଯିବାକୁ ସ୍ଥିର କଲି ବୋଲି ସେ କହିଛନ୍ତି।

Share