Categories: ଜାତୀୟ

ଜୁନରେ ଉତ୍ତର ପ୍ରଦେଶ ଗସ୍ତ କରିବେ ରାଜ ଠାକରେ, ବୁକ କରାଯାଇଛି ୧୨ ସ୍ପେଶାଲ ଟ୍ରେନ୍

ମୁମ୍ବାଇ,୩ ।୫: ହନୁମାନ ଚାଳିଶା ପାଠ ବାହାନାରେ ଏବେ ମହାରାଷ୍ଟ୍ରରେ ହିନ୍ଦୁତ୍ୱକୁ ନେଇ ବିବାଦ ଉପୁଜିଛି । ଏମଏନଏସ୍ ମୁଖ୍ୟ ରାଜ ଠାକରେ ଏବେ ଉତ୍ତର ପ୍ରଦେଶ ଗସ୍ତ କରିବାକୁ ସ୍ଥିର କରିଛନ୍ତି । ଜୁନ ୫ରେ ସେ ଉତ୍ତର ପ୍ରଦେଶ ଗସ୍ତ କରିବେ । ତେବେ ସେ ଏକା ନୁହେଁ ସାଙ୍ଗରେ ହଜାର ହଜାର ସମର୍ଥକଙ୍କୁ ନେଇ ରାଜ ଠାକରେ ୟୁପି ଗସ୍ତ କରିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଏଥିପାଇଁ ୧୨ଟି ସ୍ପେଶାଲ ଟ୍ରେନ୍ ବୁକ କରାଯାଇଛି । ଏହି ଗସ୍ତ ସମୟରେ ସେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବେ ଓ ଲାଉଡ ସ୍ପିକର ଘଟଣାକୁ ନେଇ ଯୋଗୀଙ୍କୁ ଧନ୍ୟବାଦ ହେବେ । ଏହାସହ ସେ ଅଯୋଧ୍ୟରେ ରାମଲଲାଙ୍କ ଦର୍ଶନ କରିବେ । ସେଠାରେ ସେ ମହାରାଷ୍ଟ୍ର ସରକାର ଉଦ୍ଧବ ଠାକରେଙ୍କୁ ପ୍ରଭୁ ସଦବୁଦ୍ଧି ଦିଅନ୍ତୁ ବୋଲି ପ୍ରାର୍ଥନା କରିବେ ।

Share