Categories: Uncategorized

ତତ୍ପର ପ୍ରଶାସନ: ଉଚ୍ଛେଦ ହେବ ଲକ୍ଷ୍ମୀ ମାର୍କେଟ

ପୁରୀ ଅଫିସ,୧୪।୩: ପୁରୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ ପରେ ତତ୍ପର ହୋଇ ଉଠିଛି ପ୍ରଶାସନ। ଲକ୍ଷ୍ମୀ ମାର୍କେଟ ଉଚ୍ଛେଦ ହେବ। ଏ ନେଇ ଶ୍ରୀମନ୍ଦି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଉଚ୍ଛେଦ ପରେ ଏହାକୁ ତୁରନ୍ତ ହସ୍ତାନ୍ତର କରିବାକୁ ଶ୍ରୀମନ୍ଦି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ପ୍ରାୟ ୩୬ ଘଣ୍ଟା ଧରି ପୁରୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଜଳିଥିଲା। ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ଅଗ୍ନିକାଣ୍ଡରେ କମ୍ପ୍ଲେକ୍ସର ତଳ ମହଲାରେ ଥିବା ୪୩ଟି ଦୋକାନ ଜଳଯାଇଥିବା ବେଳେ ପ୍ରଥମ ମହଲା ମଧ୍ୟ ଖୁବ କ୍ଷତିଗ୍ରସ୍ତ ହୋଇଛି।