ଓସ୍କାର ଜିତିବା ପରେ ହସ୍ପିଟାଲରେ ଆଡମିଟ ହୋଇଥିଲେ ଗୁନିତ ମୋଙ୍ଗା

ମୁମ୍ବାଇ,୨୬ ।୩: ଚଳିତ ବର୍ଷର ଓସ୍କାର ଆୱାର୍ଡ ୨୦୨୩ରେ ଭାରତୀୟ ସିନେମା ବାଜି ମାରିଛି । ଗୋଟିଏ ପଟେ ସାଉଥ ସିନେମାର ବ୍ଲକ ବୁଷ୍ଟର ମୁଭି ‘ଆର ଆର ଆର’ର ସୁପରହିଟ ସଙ୍ଗ ‘ନାଟୁ ନାଟୁ’କୁ ବେଷ୍ଟ ଅରିଜନାଲ ସଙ୍ଗ ଆୱାର୍ଡ ମଳିଛି । ଅନ୍ୟପଟେ ଫିଲ୍ମ ମେକର ଗୁନିତ ମୋଙ୍ଗାଙ୍କ ଶର୍ଟ ମୁଭି ‘ଦ ଏଲିଫ୍ୟାଣ୍ଟ ହ୍ୱିସପର୍ସ’କୁ ବେଷ୍ଟ ଡକ୍ୟୁମେଣ୍ଟାରୀ ଫିଲ୍ମର ଓସ୍କାର ଆୱାର୍ଡ ମିଳିଛି । ନାଟୁ ନାଟୁ ଗୀତ ପାଇଁ ଓସ୍କାର ଜିତିଥିବା ମ୍ୟୁଜିକ କମ୍ପୋଜର ଏମ ଏମ କିରୱାନି ଫିଲ୍ମ ମେକର ଗୁନିତ ମୋଙ୍ଗାଙ୍କୁ ନେଇ ଏକ ବଡ କଥା କହିଛନ୍ତି । ସେ କହିଛନ୍ତି ଓସ୍କାର ଜିତିବା ପରେ ଗୁନିତ ମୋଙ୍ଗାଙ୍କୁ ହସ୍ପିଟାଲରେ ଆଡମିଡ କରାଯାଇଥିଲା ।
ନିକଟରେ ଓସ୍କାର ଜିତିବା ପରେ ‘ଆର ଆର ଆର’ ଫିଲ୍ମର ମ୍ୟୁଜିକ କମ୍ପୋଜର ଏମ ଏମ କିରୱାନି ଗଲତା ପ୍ଲସକୁ ଏକ ଇଣ୍ଟରଭ୍ୟୁ ଦେଇଥିଲେ । ଏହି ଇଣ୍ଟରଭ୍ୟୁରେ ଏମ ଏମ କିରୱାନି ଓସ୍କାର ୨୦୨୩ରେ ଗୁନିତ ମୋଙ୍ଗାଙ୍କ ୱିନିଂ ସ୍ପିଚ କାଟିଦେବା ଘଟଣାକୁ ନେଇ ବଡ କଥା କହିଛନ୍ତି । କିରୱାନି କହିଛନ୍ତି, ଓସ୍କାର ଜିତିବା ପରେ ତୁରନ୍ତ ଗୁନିତ ମୋଙ୍ଗାଙ୍କୁ ହସ୍ପିଟାଲରେ ଆଡମିଟ କରାଯାଇଥିଲା । ଓସ୍କାର ଜିତିବା ପରେ ତାଙ୍କୁ ତାଙ୍କ କଥା କହିବାକୁ ସମୟ ଦିଆଯାଇ ନ ଥିଲା । ମାଇକ ବନ୍ଦ କରି ଦିଆଯାଇଥିଲା । ଫଳରେ ତାଙ୍କ ଶ୍ୱାସ ରୁଦ୍ଧ ହୋଇ ଆସିଥିଲା ଓ ସେ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Share