ପକ୍କାରାସ୍ତା ନିର୍ମାଣ ପାଇଁ ବିଧାୟକଙ୍କ ପ୍ରତିଶ୍ରୁତି

ଦାରିଙ୍ଗବାଡ଼ି,୩ା୯(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକର ଦୁର୍ଗମ ଗ୍ରାମ ତଜଡ଼ବାଡ଼ିରେ ଶୁକ୍ରବାର ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ପହଞ୍ଚି ଲୋକଙ୍କ ଦୁର୍ଦ୍ଦଶା ଅନୁଭବ କରିବା ସହ ଲୋକଙ୍କ ଗୁହାରି ଶୁଣିଛନ୍ତି ା ତଜଡ଼ବାଡ଼ି ଗ୍ରାମକୁ ସବୁଦିନିଆ ରାସ୍ତାଟିଏ ନଥିବା ବେଳେ କରୋନା ପରଠାରୁ ବିଦ୍ୟାଳୟ ବନ୍ଦ କରିଦିଆଯାଇଥିବା ନେଇ ‘ଧରିତ୍ରୀ’ରେ ଜୁଲାଇ ୯ରେ ଏବଂ ୧୦ରେ ଦୁଇଦିନ ଧରି ଖବର ପ୍ରକାଶିତ ହୋଇଥିଲା ା ଫଳରେ ସ୍ଥାନୀୟ ବିଡିଓ ଗଦାଧର ପାତ୍ର ଉକ୍ତ ଗ୍ରାମକୁ ଘାଟି କଟାଯାଇ ରାସ୍ତା ସଂପ୍ରସାରଣ ପାଇଁ ଏମଜିଏନ୍‌ଆରଇଜିଏସ ଯୋଜନାରେ ପ୍ରାୟ ୧୭ଲକ୍ଷ ଟଙ୍କା ଅନୁଦାନ ଦେଇଥିଲେ। ଏବେ ତଜଡ଼ବାଡ଼ି ଦେଇ କଣ୍ଡାପାଡ଼ି, ରାବତବାଡ଼ି ଦେଇ କ.ନୂଆଗାଁ ବ୍ଳକକୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ପକ୍କା ରାସ୍ତା ସଂପ୍ରସାରଣ କରାଯିବାକୁ ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତିା ପ୍ରକାଶଯେ, ବିଧାୟକ ସାଲୁଗା ପ୍ରଧାନ, ୧୦ନଂ ଜିଲା ପରିଷଦ ସଦସ୍ୟ ରଞ୍ଜନ ପ୍ରଧାନ, ପୂର୍ବତନ ସମିତି ସଭ୍ୟ ଦିଲିପ କୁମାର ପ୍ରଧାନ, ସରପଞ୍ଚ ଅଶୋକ କୁମାର ପ୍ରଧାନ, ମିଲନ ନାୟକ ପ୍ରମୁଖ ତଜଡ଼ବାଡ଼ିକୁ ପାହାଡ଼ ଚଢ଼ି ଯାଇ ପହଞ୍ଚିଥିଲେ। ସେଠାରେ ଏକ ବୈଠକରେ ବିଜେଡିର ପୂର୍ବତନ ବ୍ଳକ ସଭାପତି ଦିଲିପ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲାା ଗ୍ରାମବାସୀ ବିଭିନ୍ନ ସମସ୍ୟା ନେଇ ବିଧାୟକଙ୍କୁ ଅବଗତ କରାଇଥିଲେ ା ସବୁ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଇ ଗ୍ରାମର ବିକାଶ କରାଯିବ ବୋଲି
ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି।