ଗଞ୍ଜାମ,୨୭।୬(ବିଦ୍ୟାଧର ସାହୁ):କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମ ଦିବସ ଉପଲକ୍ଷେ ଛତ୍ରପୁରଠାରେ ଏକ ମେଗା ରକ୍ତଦାନ ଶିବିରର ଆୟୋଜନ କରିଥିଲେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ। ବିଧାୟକଙ୍କ ଲୋକ ପ୍ରିୟତାକୁ ପାଥେୟ କରି ରେକର୍ଡ ସଂଖ୍ୟକ ୧୫୦୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l ଏହା ନିର୍ବାଚନ ମଣ୍ଡଳୀ ପାଇଁ ଇତିହାସ ବୋଲି ଚର୍ଚ୍ଚା ହେଉଛି l ଏହାର ଆୟୋଜନ ପାଇଁ ବିସ୍ମୟ ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରଧାନଙ୍କ ଏକାନ୍ତ ଅନୁଗତ ଦୁର୍ଗା ମାଧବ ପାଣିଗ୍ରାହୀ, ହୁମା ସମିତି ସଭ୍ୟ ଧ୍ରୁବ ଚରଣ ପଲାଇଙ୍କ ସହ ବିଧାୟକଙ୍କ ଦୃଢ ସମର୍ଥକମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l ଏଥିସହ ଉକ୍ତ ରକ୍ତଦାନ ଶିବରରେ ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା l ବିଜେଡିର କିଛି ଆଗଧାଡିର ନେତା ଓ କର୍ମୀ ବିଜେଡି ଦଳ ତ୍ୟାଗ କରି ଭାଜପାରେ ମିଶିଥିଲେ l ବିଧାୟକ ନାୟକଙ୍କ ଏହିଭଳି ଜନସେବାକୁ ବିଭିନ୍ନ ରାଜନୈତିକ ସମୀକ୍ଷକମାନେ ଭୂୟସୀ ପ୍ରଶଂସା କରିଛନ୍ତି l