ଶାଳମଞ୍ଜି କ୍ରୟ ପ୍ରାପ୍ୟ ମିଳି ନ ଥିବାରୁ ଜନ ଅସନ୍ତୋଷ

ବାଲିଗୁଡା,୧୭।୧୦:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ତଥା ଏହାର ଆଖପାଖ ଅଞ୍ଚଳରେ ଅଧିକାଂଶ ଅଧିବାସୀ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ । ଜଙ୍ଗଲକାତ ଦ୍ରବ୍ୟକୁ ଲୋକେ ଉଚିତ ଦରରେ ବିକ୍ରି କରିବେ ସେଥିପାଇଁ ସରକାରଙ୍କ ତରଫରୁ ଦର ଧାର୍ଯ୍ୟ କରାଯାଇଥାଏ। ଆଦିବାସୀ ସମବାୟ ଉନ୍ନୟନ ନିଗମ (ଟିଡିସିସି) ଦାରା ଦର ଧାର୍ଯ୍ୟ କରି କିଣିଥାନ୍ତି। କିନ୍ତୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ସରକାରଙ୍କୁ ବିକ୍ରି କରିବା ପରେ ୪ ମାସ ବିତଯାଇଥିଲେ ମଧ୍ୟ ପ୍ରାପ୍ୟ ମିଳୁନାହିଁ । ଯାହା ଫଳରେ ମହିଳା ଗୋଷ୍ଠୀ ଓ ଲୋକେ ହନ୍ତସନ୍ତ ହେଉଛନ୍ତି । ବାଲିଗୁଡା ଆଦିବାସୀ ସମବାୟ ଉନ୍ନୟନ ନିଗମ (ଟିଡିସିସି) ଦ୍ବାରା ଶାଳମଞ୍ଜି କିଣାଯାଇଥିଲା । କିନ୍ତୁ ଲୋକେ ଆଜି ପର୍ଯ୍ୟନ୍ତ ଶାଳମଞ୍ଜି ବିକ୍ରି କରିଥିବା ଟଙ୍କା ପାଇନାହାନ୍ତି। ଶାଳମଞ୍ଜି ବିକ୍ରି ପାଇଁ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨ହଜାର ଟଙ୍କାରେ କିଣିବାକୁ ଦର କରିଥିଲେ। ମହିଳା ଗୋଷ୍ଠୀ ଗୋଟାଳିଙ୍କ ଠାରୁ ମଞ୍ଜି କିଣିବେ । ପରେ ତାକୁ ଆଦିବାସୀ ସମବାୟ ଉନ୍ନୟନ ନିଗମ (ଟିଡିସିସି)ରେ ବିକ୍ରି କରିବେ । ଗତ ମେ ଓ ଜୁନ ମାସ ସୁଦ୍ଧା ମହିଳା ଗୋଷ୍ଠୀ ଶାଳମଞ୍ଜି କିଣି କାର୍ଯ୍ୟାଳୟରେ ବିକ୍ରି କରିଥିଲେ । ଗତ ଜୁନ ମାସ ସୁଦ୍ଧା ୨୧ ହଜାର କୁଇଣ୍ଟାଲ ଶାଳ ମଞ୍ଜି କିଣାଯାଇଛି । ୪ ମାସ ହୋଇ ଯାଇଥିଲେ ମଧ୍ୟ ଅଦ୍ୟାବଧି ସୁଦ୍ଧା ପ୍ରାପ୍ୟ ମିଳି ନ ଥିବାରୁ ମହିଳା ଗୋଷ୍ଠୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯେଉଁ ଗୋଟାଳିଙ୍କ ଠାରୁ ମଞ୍ଜି କିଣିଛନ୍ତି ସେମାନଙ୍କୁ ଦେଇ ପାରୁ ନ ଥିବାରୁ ସମସ୍ୟା ସୃଷ୍ଟି ହୋଇଛି । ଅନ୍ୟ ପଟେ ଶାଳ ମଞ୍ଜି ଗୋଟାଳି ପରିବାର ମଧ୍ୟ ସେମାନଙ୍କ ବିକ୍ରି ଟଙ୍କା ନ ପାଇ ହନ୍ତସନ୍ତ ହେଉଛନ୍ତି । ଏହାକୁ ନେଇ ବାଲିଗୁଡା ଆଦିବାସୀ ସମବାୟ ଉନ୍ନୟନ ନିଗମ (ଟିଡିସିସି) ଶାଖା ପରିଚାଳକ ହେମନ୍ତ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ଚଳିତ ବର୍ଷ ଜୁନ ମାସ ଶେଷ ସୁଦ୍ଧା ଆମେ ୨୧ ହଜାର କୁଇଣ୍ଟାଲ ଶାଳମଞ୍ଜି କିଣିଛୁ କିନ୍ତୁ ବର୍ତ୍ତମାନ ସୁଦ୍ଧା କିଣା ଯାଇଥିବା ମଞ୍ଜିର ଅଳ୍ପ ପ୍ରାପ୍ୟ ଦିଆଯାଇଛି । ଆଉ ବଳକା ପ୍ରାପ୍ୟ ଆସିଲେ ସମସ୍ତ ବକେୟା ପ୍ରାପ୍ୟ ପ୍ରଦାନ କରାଯିବ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri