ଗଞ୍ଜାମ,୨୨।୫(ଅନାଥ ତରାଇ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ବଳରାମପୁର ଗ୍ରାମରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଗ୍ରାମବାସୀଙ୍କ ସହ ସାକ୍ଷାତ କରିଛନ୍ତି। ଏହି ଅବସରରେ ସେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ମୌଳିକ ସମସ୍ୟା, ଯେପରିକି ପାନୀୟ ଜଳ, ଗମନାଗମନ ଓ ଆଲୋକୀକରଣ ସମ୍ପର୍କରେ ଲୋକଙ୍କ ସହ ପଚାରି ବୁଝିଥିଲେ। ଏହିସବୁ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସେ ଗ୍ରାମବାସୀ ଓ ବିଭାଗୀୟ ଅଧିକାରୀଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିବା ସହ ଖୁବଶୀଘ୍ର ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହାବ୍ୟତୀତ, ଗ୍ରାମରେ ଚାଲିଥିବା ନିର୍ମାଣାଧୀନ କଲ୍ୟାଣ ମଣ୍ଡପର କାର୍ଯ୍ୟକୁ ବିଧାୟକ ନିଜେ ତଦାରଖ କରିଥିଲେ। କାମର ମାନ ଯେପରି ଉନ୍ନତ ରହିବ ଏବଂ ଏହା ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହେବ, ସେଥିପାଇଁ ସେ ସମ୍ପୃକ୍ତ ଠିକାଦାର ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଧାୟକଙ୍କ ଏହି ଗସ୍ତ ସମୟରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ନିଜ ନିଜର ମତାମତ ରଖିଥିଲେ। ବିଧାୟକଙ୍କ ଏଭଳି ପ୍ରୟାସକୁ ଗ୍ରାମବାସୀ ଉଚ୍ଚ ପ୍ରଶଂସା କରିଛନ୍ତି।