ଗଜପତି,୨୩ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା କାଶୀନଗର ବ୍ଲକର ବିଭିନ୍ନ ପଞ୍ଚାୟତ ଲୋକପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ। ଏହି ଆଲୋଚନା ସମୟର ବିଧାୟକଙ୍କ ସହ ଜିଲାପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ, ବ୍ଲକ ଅଧ୍ୟକ୍ଷା ବାଲା ସାୟାମ୍ମା ଓ ସମସ୍ତ ସରପଞ୍ଚ ସମିତି ଉପସ୍ଥିତ ହୋଇ ବିଭିନ୍ନ ବିଷୟରେ ବିସ୍ମୃତ ଆଲୋଚନା କରିଥିଲେ। ଉକ୍ତ ଆଲୋଚନରେ ବିଭିନ୍ନ ପଞ୍ଚାୟତର ବିକାଶମୂଳକ କାର୍ଯ୍ୟ କିପରି ଚାଲିଛି , ଗ୍ରାମଗୁଡ଼ିକ ରାସ୍ତା ମରାମତି, ସ୍ବାସ୍ଥ୍ୟ, ଶିକ୍ଷା ଓ କୃଷି ଉପରେ ପଚାରି ବୁଝିଥିଲେ ବିଧାୟକ। ଯେପରି ସରକାର ଯୋଜନାଗୁଡ଼ିକ ଲୋକଙ୍କ ପାଖରେ ପହଞ୍ଚିବ ଓ ଲୋକଙ୍କ ସମସ୍ୟା କିପରି ଦୂର ହେବ ସେନେଇ ଗୁରୁତ୍ୱ ଦେବା ପାଇଁ ସରପଞ୍ଚ ସମିତିଙ୍କ ପରାମର୍ଶ ଦେଇଥିଲେ ବିଧାୟକ। ପରେ ବିଭିନ୍ନ ପଞ୍ଚାୟତର ସମସ୍ୟା ନେଇ କାଶୀନଗର ବିଡିଓଙ୍କ ସହ ଆଲୋଚନା କରିଥିଲେ ବିଧାୟକ। ସମସ୍ୟାଗୁଡ଼ିକ କିପରି ତୁରନ୍ତ ସମାଧାନ ହେଇ ପାରିବ ସେ ନେଇ ବିଡିଓ ଓ ବ୍ଲକ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଥିଲା।


