ଗଞ୍ଜାମ,୫।୧ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଉମୁରୀ ଧର୍ମ ଶରଣପୁର (ଯୁଡ଼ିଏସ ପୁର)ପଞ୍ଚାୟତ କାର୍ଯ୍ୟାଳୟଠାରେ ସୋମବାର ପଞ୍ଚାୟତସ୍ତରୀୟ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗ ଦେଇଥିଲେ । ବିଡ଼ିଓ ଅଚ୍ୟୁତାନନ୍ଦ ଯାନୀ, ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବିଧାୟକ ନାୟକ ଲୋକଙ୍କୁ ରାଶନ କାର୍ଡ ବଣ୍ଟନ କରିବା ସହ ମୋହନ ସରକାରରେ କୌଣସ ଜଣେ ବି ଯୋଗ୍ୟ ହିତାଧିକାରୀ ଯେମିତି ରାଶନ କାର୍ଡ ପାଇବାରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ପ୍ରଶାସନିକ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଆସିଥିବା ଲୋକଙ୍କ ସମସ୍ୟା ଶୁଣିଥିଲେ ବିଧାୟକ । ଅଭିଯୋଗ ଶୁଣିବା ପରେ ସ୍ଥାୟୀ ସମାଧାନ କରିବାକୁ ବିଧାୟକ କହିଥିଲେ ।

