ଗଞ୍ଜାମ,୧୧।୫(ବିଦ୍ୟାଧର ସାହୁ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମରେ ଚାଲିଥିବା ନୃସିଂହ ଚତୁର୍ଦ୍ଧଶୀ ଉତ୍ସବରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗଦେଇ ଠାକୁରଙ୍କ ଦର୍ଶନ କରିଥିଲେ l
ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଏନ୍ଏସି ଚେୟାରମ୍ୟାନ ପ୍ରତିନିଧି ବିନୋଦ ଚନ୍ଦ୍ର ପାଢ଼ୀ, ପୂର୍ବତନ ଜିଲାପରିଷଦ ସଭ୍ୟ ଦୁର୍ଯ୍ୟୋଧନ ରେଡି, ବାପି ଦାସ ପ୍ରମୁଖ ଉପସ୍ଥିତ ଥିଲେ l
ଉତ୍ସବରେ କମିଟିର ବନ୍ଦୋବସ୍ତକୁ ନେଇ ବିଧାୟକ ନାୟକ ଖୁସିବ୍ୟକ୍ତ କରିଥିଲେ। ଏହି ଅବସରରେ ଗୋପୀନାଥ ସ୍ବାମୀ ମନ୍ଦିର ବିକାଶ ପାଇଁ ଗ୍ରାମ୍ୟ କମିଟି ପକ୍ଷରୁ ଏକ ଅନୁରୋଧ ପତ୍ର ବିଧାୟକଙ୍କୁ ପ୍ରଦାନ କରାଯାଇଥିଲା। ବିଧାୟକଙ୍କ ଦର୍ଶନ ବେଳେ ଗ୍ରାମ୍ୟ କମିଟିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।


