୭୯ ବର୍ଷରେ ବିଧାୟକ ସୁର ରାଉତରାୟ

ଭୁବନେଶ୍ୱର,୧୦।୮(ବ୍ୟୁରୋ): ୭୯ ବର୍ଷରେ ଜଟଣୀ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ସୁରେଶ ରାଉତରାୟ। ବୁଧବାର ରାଜନେତାଙ୍କ ପ୍ରଶଂସକ ଓ କଂଗ୍ରେସ କର୍ମୀ ତାଙ୍କ ବାସଭବନ ପହଞ୍ଚି ଅଭିନନ୍ଦନ ଜଣାଇଛନ୍ତି ।

କହିବାକୁ ଗଲେ ବୟସାଧିକ ସତ୍ତ୍ୱେ ଓଡ଼ିଶା ରାଜନୀତିରେ ଯେଉଁ କେତେଜଣ କଂଗ୍ରେସ ନେତା ଲୋକପ୍ରିୟ ସେମାନଙ୍କ ମଧ୍ୟରୁ ସୁର ଜଣେ। ସେ ନିଜର କୌତୁକିଆ କଥା ସହ ରୋକଠୋକ୍‌ ଜବାବକୁ ନେଇ ପରିଚିତ।

ତେବେ ୧୯୭୭ରେ ପ୍ରଥମ ଥର ପାଇଁ ସୁର ଜନତା ଦଳ ଟିକଟରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ କଂଗ୍ରେସ ଟିକଟରେ ୧୯୮୦, ୧୯୮୫, ୧୯୯୫ , ୨୦୦୦ ଏବଂ ୨୦୧୯ରେ ନିର୍ବାଚିତ ହୋଇଛନ୍ତି।