ହିତାଧିକାରୀଙ୍କ ସହ ଧାରଣାରେ ବସିଲେ ବିଧାୟକ

ନୀଳଗିରି, ୩୧।୧(ସ୍ବ.ପ୍ର.): ନୀଳଗିରି ବ୍ଲକରେ ସଦ୍ୟ ପ୍ରକାଶିତ ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ବହୁ ଯୋଗ୍ୟ ହିତାଧିକାରୀ ବାଦ୍‌ ପଡ଼ିଥିବା ବେଳେ ଅଯୋଗ୍ୟ ହିତାଧିକାରୀଙ୍କୁ ସାମିଲ୍‌ କରାଯାଇଛି। ଅଯୋଗ୍ୟ ହିତାଧିକାରୀଙ୍କ ନାମ ଦେଖି ଅନେକ ଯୋଗ୍ୟ ହିତାଧିକାରୀ ପ୍ରଶାସନିକ କଳର ନିଷ୍କ୍ରିୟତାକୁ ଦାୟୀ କରିବା ସହ ଯୋଜନାରୁ ବାଦ୍‌ ପଡ଼ିଥିବାରୁ ତଦନ୍ତ ଦାବି କରିଥିଲେ। ଯୋଗ୍ୟ ହିତାଧିକାରୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ନୀଳଗିରି ଭାଜପା ପକ୍ଷରୁ ସୋମବାର ବିଧାୟକ ଇଂ. ସୁକାନ୍ତ କୁମାର ନାୟକ, ଦଳୀୟ ନେତୃବୃନ୍ଦ ଓ ହିତାଧିକାରୀମାନେ ବ୍ଲକ ସମ୍ମୁଖରେ ଗଣଧାରଣା ଦେଇଛନ୍ତି।
ଥିବା ପିଇଓମାନେ ମନଇଚ୍ଛା ନାମକୁ ତାଲିକାଭୁକ୍ତ କରାଇଥିବା ଅଭିଯୋଗ ଆଣିଛନ୍ତି। ଧାରଣାସ୍ଥଳରେ ନୀଳଗିରି ବିଡିଓ ରାହୁଲ ମଣ୍ଡଳ ପହଞ୍ଚତ୍ ଘଟଣାରେ ଉପଯୁକ୍ତ ତଦନ୍ତ କରାଯାଇ ଯୋଗ୍ୟ ହିତାଧିକାରୀଙ୍କ ନାମକୁ ତାଲିକାଭୁକ୍ତ କରାଯାଇ ପର୍ଯ୍ୟାୟକ୍ରମେ ଆବାସ ପ୍ରଦାନ କରାଯିବାର ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ଧାରଣାକାରୀଙ୍କ ପକ୍ଷରୁ ଏକ ସ୍ମାରକପତ୍ର ନୀଳଗିରି ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା। ପରେ ଗଣଧାରଣା ପ୍ରତ୍ୟାହୃତ ହୋଇଥିଲା। ଏହି ଗଣଧାରଣାରେ ଗଙ୍ଗାଧର ମିଶ୍ର, ଉପେନ୍ଦ୍ର ଦାସ, ତାପସ ମହାନ୍ତି, ଉପେନ୍ଦ୍ର ନାୟକ, ଅକ୍ଷୟ କୁମାର ବେହେରା, ପ୍ରଫୁଲ୍ଲ ଦଳାଇ, କୁଳମଣି ନାଏକ, ରାମକୃଷ୍ଣ ମହାପାତ୍ର, ସୁବାଶିଷ ଆଚାର୍ଯ୍ୟ ପ୍ରମୁଖ ଭାଜପା ନେତୃମଣ୍ଡଳୀ ଓ ଶହ ଶହ ହିତାଧିକାରୀ ସାମିଲ ଥିଲେ।