ଜାତୀୟ ରାଜପଥ ଉପରେ ପଡ଼ିଥିଲେ ଯୁବକ; ମାନବିକତା ଦେଖାଇଲେ ବିଧାୟକ କଲେ ଏମିତି…ଚାରିଆଡେ ଚର୍ଚ୍ଚା

ଛତ୍ରପୁର,୮।୬( ଦିଲ୍ଲୀପ ସାମଲ): ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ । ବିଧାୟକ ତାଙ୍କର କ୍ଷେତ୍ର ପରିଦର୍ଶନ ସାରି ଫେରୁଥିବା ବେଳେ ଗଞ୍ଜାମ ହୁମା ଶୁଖୁଆ ହାଟ ନିକଟରେ ଏସ.ଜଗଦେବ ଅଚାରୀ ନାମକ ଜଣେ ଯୁବକ ଜାତୀୟ ରାଜପଥ ଉପରେ ପଡ଼ିଥିଲେ। ତାଙ୍କୁ ବିଧାୟକ ଉଠାଇ ନିଜ ଗାଡ଼ିରେ ଧରି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ । ପରେ ସେଠାରେ ତାଙ୍କର ଚିକିତ୍ସା କରାଯାଇଥିଲା । ଚିକିତ୍ସା ପରେ ଯୁବକ ଜଣକ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି । ତେବେ ଯୁବକ ଜଣକ କେମିତି ପଡ଼ିଥିଲେ କାରଣ ସ୍ପଷ୍ଟ ଜଣାପଡ଼ିନାହିଁ।

 

Odisha’s No.1 Odia Daily

Share