ବିଧାୟକ ଶଶିଭୂଷଣଙ୍କ କାର୍‌କୁ ଅଣ୍ଡାମାଡ଼, ଜଣେ ଅଟକ

କେନ୍ଦ୍ରାପଡ଼ା ଅଫିସ,୨୯ା୧୨: କେନ୍ଦ୍ରାପଡ଼ା ଜିଲାରେ ଶାସକ ଦଳର ନେତାଙ୍କୁ ବିରୋଧ ଜାରି ରହିଛି। ଗତ ଅକ୍ଟୋବରରେ ରାଜ୍ୟ ସମବାୟ ମନ୍ତ୍ରୀ ତଥା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଜମ୍ବୁଘାଟଠାରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧର ସମ୍ମୁଖୀନ ହୋଇଥିଲେ। ଗୁରୁବାର ପୂର୍ବାହ୍ନରେ ଏପରି ବିରୋଧ କେନ୍ଦ୍ରାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ମିଶନ ଶକ୍ତିର ସ୍ବାବଲମ୍ବୀ ଗୃହ ଉଦ୍‌ଘାଟନକୁ ଯାଉଥିବା ବେଳେ ବଗଡ଼ାଠାରେ ବିଧାୟକ ବେହେରାଙ୍କ କାର୍‌ ଉପରକୁ ଅଣ୍ଡାମାଡ଼ ହୋଇଛି। ତେବେ ଅଣ୍ଡା ପଛରେ ଆସୁଥିବା ସମର୍ଥକଙ୍କ କାର୍‌ ଉପରେ ମାଡ଼ ହୋଇଛି। ଏହି ଘଟଣାରେ ବଗଡ଼ା ଗ୍ରାମର ରାଜେନ୍ଦ୍ର ପ୍ରଧାନ ଓରଫ ଆବୁଆଙ୍କୁ ସଦର ଥାନା ପୋଲିସ ଘଟଣାସ୍ଥଳରୁ ଆଣି ଥାନାରେ ଅଟକ ରଖିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନାନୁଯାୟୀ, ବଗଡ଼ାଠାରେ ସ୍ବାବଲମ୍ବୀ ଗୃହ ଉଦ୍‌ଘାଟନ ପାଇଁ ବିଧାୟକ ବେହେରା ଗ୍ରାମ ରାସ୍ତାରେ ଯାଉଥିଲେ। ଏହି ସମୟରେ ଗ୍ରାମ ରାସ୍ତା ନିକଟରେ ଠିଆ ହୋଇଥିବା ଆବୁଆ ବିଧାୟକଙ୍କୁ ଫେରିଯାଅ କହି ଅଣ୍ଡାମାଡ଼ କରିଥିଲେ। ଏହାର କାରଣ ସମ୍ପର୍କରେ ସେ କହିଛନ୍ତି, ଗତ ନିର୍ବାଚନ ପର ଠାରୁ ବଗଡ଼ା ପଞ୍ଚାୟତର ବିଭିନ୍ନ ସମସ୍ୟା ସମ୍ପର୍କରେ ବିଧାୟକ ବେହେରାଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ସମାଧାନ ଲୋଡ଼ିଥିଲେ। ଏଥିରୁ କୌଣସି ସୁଫଳ ମିଳିନାହିଁ। ବିଧାୟକ ବେହେରାଙ୍କର ଗତ ସମୟ ଅବଧି ମଧ୍ୟରେ ଦେଖା ନ ଥିବା ବେଳେ କେବଳ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ ସମୟରେ ଦେଖା ଯାଉଛନ୍ତି। ଏହାବ୍ୟତୀତ ବିଧାୟକଙ୍କ ପୁଅ ମଧ୍ୟ ବିଭିନ୍ନ ଉନ୍ନୟନ ଯୋଜନାରେ ହସ୍ତକ୍ଷେପ କରୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢ଼ୁଛି। ଅନ୍‌ଲାଇନ୍‌ର ଓ୍ବାନ ଟାଇମ୍‌ ପାଶଓ୍ବାର୍ଡ (ଓଟିପି) ପରି ଏହି ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ବେହେରା ଓ୍ବାନ୍‌ ଟାଇମ ଏମ୍‌ଏଲ୍‌ଏ (ଏଟିଏମ୍‌) ପରି ବ୍ୟବହାର ଦେଖାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ବିରୋଧ କରାଅଣ୍ଡା ମାଡ଼ ସମ୍ପର୍କରେ ବିଧାୟକ ବେହେରାଙ୍କୁ ବ୍ଲକ ଅଧୀନ କପାଳେଶ୍ୱର ସ୍ବାବଲମ୍ବୀ ଗୃହଠାରେ ପଚାରିବାରୁ ଏସମ୍ପର୍କରେ କୌଣସି ମତ ନ ରଖି ଗାଡ଼ିରେ ପଳାଇ ଯାଇଥିଲେ। ଘଟଣା ସମ୍ପର୍କରେ ସଦର ଥାନା ଏସ୍‌ଆଇ ତଥା ତଦନ୍ତ ଅଧିକାରୀ ପ୍ରଭୂପ୍ରସାଦ ସାହାଣୀ କହିଛନ୍ତି, ଅଣ୍ଡାମାଡ଼ ସମ୍ପର୍କରେ କୌଣସି ଅଭିଯୋଗପତ୍ର ମିଳିନାହିଁ। ସ୍ଥାନୀୟ ଅଞ୍ଚଳରୁ ସୂଚନା ମିଳିବା ପରେ ଆବୁଆଙ୍କୁ ଥାନାକୁ ଅଣାଯାଇଛି। ଘଟଣା ସମ୍ପର୍କରେ ଏବେ ଅନୁଧ୍ୟାନ ଚାଲିଛି। ଆବଶ୍ୟକ ହେଲେ ଥାନା ପକ୍ଷରୁ ମାମଲା ହେବ ବୋଲି ଏସ୍‌ଆଇ ସାହାଣୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ପୂର୍ବରୁ ନିୟମରେ ବଡ଼ ପରିବର୍ତ୍ତନ କଲା CBSE, ସପ୍ଲିମେଣ୍ଟାରୀ ଦେବାକୁ ହେଲେ….

ନୂଆଦିଲ୍ଲୀ,୧୬।୨: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଫେବୃଆରୀ ୧୮ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ, CBSE ଏକ…

ମାଳମାଳ ଅଭିଯୋଗ, ଫଳ ଶୂନ, ଏହି ବ୍ୟବସ୍ଥାକୁ ନେଇ…

ଦାରିଙ୍ଗବାଡ଼ି,୧୬ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ପରିସରରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ସମୟରେ ପ୍ରତ୍ୟେକ ଅଭିଯୋଗ ଶୁଣାଣିରେ…

ବିଶ୍ୱ ଦେଖିବ ଭାରତର ଶକ୍ତି! ଫ୍ରାନ୍ସରୁ ବ୍ରାଜିଲ ପର୍ଯ୍ୟନ୍ତ, AI Impact Summit 2026ରେ ବିଶ୍ୱ ଶକ୍ତିର ହେବ ସମାବେଶ

ନୂଆଦିଲ୍ଲୀ,୧୬।୨: ଫେବୃଆରୀ ୧୭ ଏବଂ ୧୮ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ୨୦୨୬ କେବଳ ଏକ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକ୍ରମ ନୁହେଁ…

‘ଶଶି ଥରୁର ବୈଦେଶିକ ମନ୍ତ୍ରୀ ହେବାକୁ ଚାହୁଁଛନ୍ତି, ପବନ ଖେରା କେବଳ କାଠ କଣ୍ଢେଇ’, କାହିଁକି ଏମିତି କହିଲେ ମଣି ଶଙ୍କର ଆୟାର? ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୬।୨: ବିବାଦୀୟ ବୟାନ ପାଇଁ ଜଣାଶୁଣା ବରିଷ୍ଠ କଂଗ୍ରେସ ନେତା ମଣି ଶଙ୍କର ଆୟାର ତାଙ୍କ ଦଳ ଭିତରେ ଥିବା ବରିଷ୍ଠ ନେତାମାନଙ୍କୁ ଟାର୍ଗେଟ କରିଛନ୍ତି। ସେ…

ଆଜି ଶଙ୍ଖଭବନରେ ବସିବ ବୈଠକ, ନବୀନ ନେବେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୧୬ା୨: ସୋମବାର ଅର୍ଥାତ୍‌ ଆଜି ଶଙ୍ଖଭବନରେ ବିଜେଡି ବିଧାୟକ ଦଳ ବୈଠକ ବସିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ…

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଲା ବଡ଼ ଝଟକା

ଗୁଆହାଟି,୧୬।୨: ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳକୁ ଏକ ବଡ଼ ଝଟକା ଲାଗିଛି। ବରିଷ୍ଠ ନେତା ଏବଂ ପୂର୍ବତନ ରାଜ୍ୟ କଂଗ୍ରେସ ସଭାପତି ଭୂପେନ ବୋରା…

ବୃହସ୍ପତିଙ୍କ ନକ୍ଷତ୍ରରେ ଗୋଚର କରିବେ ବୁଧ, ଶିକ୍ଷା ଏବଂ କ୍ୟାରିୟରରେ ଉନ୍ନତି କରିବେ ୩ ରାଶି

ବୁଧ ଗ୍ରହ ବୃହସ୍ପତିଙ୍କ ନକ୍ଷତ୍ର ପୂର୍ବ ଭାଦ୍ରପଦରେ ଫେବୃଆରୀ ୧୫ ରୁ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ରହିବେ । ଜ୍ଞାନ ଏବଂ ସମୃଦ୍ଧିର ଗ୍ରହ ବୃହସ୍ପତିଙ୍କ…

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri