ଶଙ୍କୁରୀ ବନ୍ଧର ପୁନରୁଦ୍ଧାର କାର୍ଯ୍ୟ ସମୀକ୍ଷା କଲେ ବିଧାୟକ

ପାରଳାଖେମୁଣ୍ଡି, ୩୦।୭ (ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ନୂଆ ବସ୍‌ଷ୍ଟାଣ୍ଡ ନିକଟସ୍ଥ ଶଙ୍କୁରୀ ବନ୍ଧର ପୁନରୁଦ୍ଧାର କାର୍ଯ୍ୟକୁ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ସମୀକ୍ଷା କରିଛନ୍ତି। ଦୀର୍ଘ ଏକ ଦଶନ୍ଧିି ଧରି ଏହି ବନ୍ଧର କାର୍ଯ୍ୟ ସରିବାର ନା ନେଉନାହିଁ। ଏହି ବନ୍ଧ ଗତ ଦିନରେ କୈବର୍ତ୍ତ ସମ୍ପ୍ରଦାୟର ଜୀବନ ଜୀବିକାର ଉତ୍ସ ଥିଲା ଏହି ବନ୍ଧ ଉପରେ ପାରଳାଖେମୁଣ୍ଡି କଣ୍ଡରା ସାହିର ୧୦୦ରୁ ଉର୍ଦ୍ଧ ପରିବାର ର୍ନିଭର କରୁଥିଲେ। ୨୦୧୨-୧୩ ମସିହାରେ ଅତି ପୁରାତନ ସଙ୍କୁରି ବନ୍ଧର ଦୁରାବସ୍ଥା ଯୋଗୁ ବନ୍ଧର ପୁନରୁଦ୍ଧାର ପାଇଁ ପୌର ପରିଷଦ ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଥିଲା। ଦିନ ପରେ ଦିନ ଗଡି ଚାଲିଥିଲେ ହେଁ ଦଶ ବର୍ଷ ହେଲା କୌଣସି କାର୍ଯ୍ୟରେ ଆସିପାରୁନାହିଁ।
ନିର୍ବାଚନ ସମୟରେ କୈବର୍ତ ସମ୍ପ୍ରଦାୟକଙ୍କୁ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ ଯଥା ଶୀଘ୍ର ପୋଖରୀ ପ୍ରସ୍ତୁତ କରାଯାଇ ପାରଳାବାସୀଙ୍କ ଯଥାଶୀଘ୍ର ବ୍ୟବହାର ଉପଯୋଗୀ ହୋଇପାରିବ ବୋଲି କଥା ଦେଇଥିଲେ।
ମୋ ପୋଖରୀ ଯୋଜନାରେ ୭୦ ଲକ୍ଷ ଟଂକା ଅଟକଳରେ ନିର୍ମିତ ଏହି ବନ୍ଧର ନିର୍ମାଣ କାର୍ଯ୍ୟକୁ ଗୁଣାତ୍ମକ କରିବାକୁ ପରାମର୍ଶ ଦେଇଛନ୍ତି ବିଧାୟକ ରୂପେଶ।ବନ୍ଧର ଚାରିପଟେ ରକ୍ଷଣାବେକ୍ଷଣକୁ ଗୁରୁତ୍ବ ଦେବାକୁ କହିଥିଲେ। ସାରା ସହରରେ ଚର୍ଚ୍ଚାରେ ଥିବା ଏହି ସଂକୁରି ବନ୍ଧର ଚାରିପାର୍ଶ୍ୱ ସୌନ୍ଦର୍ଯ୍ୟଶ୍‌କରଣ କରିବା ସହ ଲାଗିରହିଥିବା ନାଳଟି ମଜଭୁତ ଭାବେ କରିବାକୁ ବିଧାୟକ ପୌର ପାଳିକାକୁ କହିଛନ୍ତି। ତେବେ ବିଧାୟକଙ୍କ ସମୀକ୍ଷା ପରେ ସ୍ଥାନୀୟ ଲୋକେ ଯଥାଶୀଘ୍ର ପୋଖରୀ କାର୍ଯ୍ୟ ଶେଷ ହେବ ବୋଲି ପାରଳାଖେମୁଣ୍ଡିବାସୀ ଆଶା ରଖିଛନ୍ତି। ତେବେ ବନ୍ଧ କାମ ନେଇଥିବା ଠିକାଦାର ବିଧାୟକଙ୍କ ନିର୍ଦ୍ଦେଶକୁ କେତେଦୂର ସଫଳ ରୂପାୟନ କରିପାରୁଛି ତାହାରି ଉପରେ ଜନସାଧାରଣଙ୍କ ନଜର ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

ପ୍ରବୋଧନ ତାଲିମ: ୨୯୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ…

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା-୨୦୨୫ ଓ ୨୦୨୦ ଜାତୀୟ ଶିକ୍ଷା…

ବନୀକରଣ ପ୍ରକଳ୍ପରୁ ଲୁହାବାଡ଼ ଚୋରି: ବନ ବିଭାଗ ଜାଲରେ ୪ ଅନ୍ତଃଜିଲା ଚୋର

ଥୁଆମୂଳରାମପୁର,୩୦।୧(ଦୁର୍ଗା କୀର୍ତ୍ତି): ସରକାରୀ ସମ୍ପତ୍ତି ଲୁଟ କରିବା ଚୋରଙ୍କୁ ପଡ଼ଲା ମହଙ୍ଗା । କାଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତସ୍ଥିତ ପାଟଜୋର ଡଙ୍ଗର ବନୀକରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri