ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ସହ ହୋଲି ଖେଳିଲେ ବିଧାୟକ

ବାଲେଶ୍ବର ଅଫିସ ୭।୩: ସ୍ବେଚ୍ଛାସେବୀ ଅନୁଷ୍ଠାନ ଦେବଦୀବ ଫାଉଣ୍ଡେସନ ପକ୍ଷରୁ ବାଲେଶ୍ବର ରାଣୀପାଟଣାସ୍ଥିତ ଦୃଷ୍ଟିହୀନ ବିଦ୍ୟାଳୟରେ ହୋଲି ଉତ୍ସବ ବଡ଼ ଧୁମ୍‌ଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନ ଅଧ୍ୟକ୍ଷା ରଶ୍ମିରେଖା ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଇତିକୃଷ୍ନା ସ୍ବାଇଁ ମଞ୍ଚ ପରିଚାଳନା କରିଥିବା ବେଳେ ଉପ ସଭାପତି ସ୍ବାଗତିକା ବାରିକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଦର ବିଧାୟକ ସ୍ବରୂପ ଦାସ ଯୋଗଦେଇ ଦେବଦୀବ ଫାଉଣ୍ଡେସନର ଏଭଳି ପ୍ରୟାସକୁ ପ୍ରସଂଶା କରିଥିଲେ। ଏପରିକି ସେ ଦୃଷ୍ଟିହୀନ ଛାତୀଛାତ୍ରଙ୍କ ସହ ହୋଲି ଖେଳି ଖୁସି ମନାଇଥିଲେ।

ସମ୍ମାନିତ ଅତିଥି ଭାବେ ପୂର୍ବତନ ନଗରପାଳ ଆଲୋକ ସାହୁ, ଉପ ନଗରପାଳ କୈଳାସ ସେଠୀ, ପୂର୍ବତନ ଉପ ନଗରପାଳ ମନୋଜ ରାଉତ, କାଉନସିଲର ମୀନ ମହାନ୍ତି, ମୀତା ପଟ୍ଟନାୟକ, ମିରାଜ ବାନୋ, ସନ୍ଧ୍ୟାରାଣୀ ଜେନା, ସବିତାରାଣୀ ଜେନା, ସେକ୍‌ ଆୟୁବ, ରାଜଲକ୍ଷ୍ମୀ ଚାଟାଜୀ, ଜୟଶ୍ରୀ ବିଶ୍ବାଳ, ମୋନାଲିଶା ପାଣିଗ୍ରାହୀ, ଦୀପାରାଣୀ ସାହୁ, ସେକ ଅନସର, ସୁନିଆ ମୃମୁ, ମିନତୀ ସେଠୀ, ସାକିର ଖାନ, ରିତିକ ଜୀ, ଦିପ୍ତିମୟୀ ସାହୁ ଏବଂ ବିଦ୍ୟାଳୟର ଅଧ୍ୟକ୍ଷ ଦିବାକର ସ ପ୍ରମୁଖ ଉପସ୍ଥିତ ଥିଲେ। ସଭା ଶେଷରେ ଅନୁଷ୍ଠାନ ସାଧାରଣ ସମ୍ପାଦିକା ପିଙ୍କିରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।