ନିମନ୍ତ୍ରଣ ପତ୍ରରେ ନ ଥିଲା ନାଁ, ଉଦ୍‌ଘାଟନ ଘୁଞ୍ଚିଲା

ସୋନପୁର,୨୧।୯(ମୃତ୍ୟୁଞ୍ଜୟ ଶତପଥୀ): ଓମ୍‌ଫେଡ୍‌ର ସୋନପୁର ଡେଏରୀ ପ୍ଲାଣ୍ଟ (ଦୁଗ୍ଧ କାରଖାନା) ଉଦ୍‌ଘାଟନ ଉତ୍ସବସ୍ଥଳ ଶନିବାର ରଣକ୍ଷେତ୍ର ପାଲଟିଥିଲା। ନିମନ୍ତ୍ରଣ ପତ୍ରରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲାଙ୍କ ନାମ ନ ଥିବାରୁ ଉତ୍ସବ ଆରମ୍ଭ ପୂର୍ବରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ବିଧାୟକଙ୍କ ସମର୍ଥକ ଓ ଭାଜପା କର୍ମକର୍ତ୍ତାମାନେ ଉତ୍ସବ ସ୍ଥଳରେ ପହଞ୍ଚତ୍ ପାଟିତୁଣ୍ଡ କରିଥିଲେ। ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀ ଜାଣିଶୁଣି ଏଭଳି କରିଥିବା ବିଧାୟକଙ୍କ ସମର୍ଥକ ଅଭିଯୋଗ କରି ନାରାବାଜି କରିଥିଲେ। କାରଖାନା ପରିସର ଓ ଉତ୍ସବସ୍ଥଳ ହୁଲସ୍ତୂଲ ହୋଇଥିଲା। ଚେୟାର ଫିଙ୍ଗା ସହ ଜଣେ ଅଧିକାରୀଙ୍କୁ ମାଡ ମରାଯାଇଥିଲା। ଏଥିଯୋଗୁ ଜିଲା ଓ ଜିଲା ବାହାରୁ ଆସିଥିବା ଦୁଗ୍ଧଚାଷୀ ଭୟଭୀତ ହୋଇ କିଏ କେଉଁଆଡେ ପଳାଇଥିଲେ। ଓମ୍‌ଫେଡ୍‌ର ଅଧିକାରୀ ଓ କର୍ମଚାରୀ ଭୟରେ ଲୁଚିଥିଲେ। ସୋନପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଏହି ଖବର ପାଇବା ପରେ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ଆସୁଥିବା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବୌଦ୍ଧରୁ ଫେରିଯାଇଥିଲେ। ଉତ୍ସବ ପାଇଁ ଖର୍ଚ୍ଚ ହୋଇଥିବା ଲକ୍ଷାଧିକ ଟଙ୍କା ବରବାଦ ହେଲା। ରାଜ୍ୟରେ ଭାଜପା ସରକାର ଚାଲିଥିବା ବେଳେ ନିମନ୍ତ୍ରଣପତ୍ରରେ ସ୍ଥାନୀୟ ଏମ୍‌ପି ଓ ବିଧାୟକଙ୍କ ନାମ ନ ରହିବା, ଭାଜପା କର୍ମୀଙ୍କ ହଙ୍ଗାମା ପାଇଁ ଉତ୍ସବ ବାତିଲ ହେବା ଚର୍ଚ୍ଚାର ବିଷୟ ପାଲଟିଛି।

ଜିଲା ସୋନପୁର ବ୍ଲକ୍‌ର କଳାପଥରଠାରେ ପ୍ରାୟ ୧୪କୋଟି ଟଙ୍କା ବ୍ୟୟରେ ଓମ୍‌ଫେଡ୍‌ ପକ୍ଷରୁ ଡେଏରୀ ପ୍ଲାଣ୍ଟ ନିର୍ମାଣ ହୋଇଛି। ଏଠାରେ ଦୁଗ୍ଧରୁ ଦହି, ଛେନା, ପନିର, ଲସି ଆଦି ପ୍ରସ୍ତୁତ ହୋଇ ବଜାରରେ ବିକ୍ରି ହେବା ପାଇଁ ଯୋଜନା ରହିଛି। ଏହା ଦ୍ୱାରା ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ ଓ ବଲାଙ୍ଗୀର ଜିଲାର ଦୁଗ୍ଧଚାଷୀ ଉପକୃତ ହେବେ। ଶନିବାର ଅପରାହ୍ନ ୪ଟାରେ ଏହି କାରଖାନାର ଉଦ୍‌ଘାଟନ ଉତ୍ସବ ଥିଲା। ଉଦ୍‌ଘାଟନୀ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ହୋର୍ଡିଂ ସବୁଠି ଲାଗିଥିଲା। ନିମନ୍ତ୍ରଣପତ୍ରରେ ବିଭାଗୀୟ ମନ୍ତ୍ରୀ ମଲ୍ଳିକ ମୁଖ୍ୟ ଅତିଥି, ବୌଦ୍ଧ ବିଧାୟକ ସରୋଜ ପ୍ରଧାନ, ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ ଓ ଓମ୍‌ଫେଡ୍‌ ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ ସମ୍ମାନିତ ଅତିଥିଭାବେ ଯୋଗଦେବେ ବୋଲି ଉଲ୍ଲେଖ ଥିଲା। ତେବେ ବଲାଙ୍ଗୀର ଏମ୍‌ପି ସଙ୍ଗୀତା କୁମାରୀ ସିଂଦେଓ ଓ ବୀରମହାରାଜପୁର ବିଧାୟକ ଇଂ. ଜଗଦଲାଙ୍କ ନାମ ନିମନ୍ତ୍ରଣପତ୍ରରେ ନ ଥିଲା। ଏହା ଜାଣିବା ପରେ ଅପରାହ୍ନ ପ୍ରାୟ ୧ଟା ୩୦ରେ ବୀରମହାରାଜପୁର ବିଧାୟକଙ୍କ ଶତାଧିକ ସମର୍ଥକ ନବନିର୍ମିତ କାରଖାନା ପରିସରରେ ପହଞ୍ଚତ୍ ଗଣ୍ଡଗୋଳ ଆରମ୍ଭ କରିଥିଲେ। ସୋନପୁର ଆଇଆଇସି ରମେଶ ମହାନା ପୋଲିସ ଟିମ୍‌ ସହ ଉତ୍ସବ ସ୍ଥଳରେ ପହଞ୍ଚତ୍ ପରିସ୍ଥିତିକୁ ନିୟନ୍ତ୍ରଣକୁ ନେଇଥିଲେ। ଉତ୍ତେଜନାକୁ ଆଖି ଆଗରେ ରଖି କାରଖାନା ପରିସରରେ ପୋଲିସ ଟିମ୍‌କୁ ମୁତୟନ କରାଯାଇଛି। ଶନିବାର ଉଦ୍‌ଘାଟନ ଉତ୍ସବ ପାଇଁ ସଭା ମଞ୍ଚ ପ୍ରସ୍ତୁତ ସହ ୫୦୦ ଦୁଗ୍ଦଚାଷୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା ହୋଇଥିଲା। କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲାରୁ ପ୍ରାୟ ୨୦୦ ଚାଷୀ ସଭାସ୍ଥଳରେ ପହଞ୍ଚତ୍ସାରିଥିଲେ। ଏହି ଘଟଣାକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି। ଏ ସମ୍ପର୍କରେ ଓମ୍‌ଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେଙ୍କୁ ପଚାରିବାରୁ ଠିକ୍‌ ସମୟରେ ବର୍ଷାହେବାରୁ ଉତ୍ସବ କାର୍ଯ୍ୟକ୍ରମ ରବିବାର ଅପରାହ୍ନକୁ ଘୁଞ୍ଚିଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri