ଚେନ୍ନାଇରେ କାମ କରୁଥିବାବେଳେ ଆନନ୍ଦଙ୍କ ମୃତ୍ୟୁ, ପରିବାର ଲୋକଙ୍କୁ ଭେଟି ଆର୍ଥିକ ସହାୟତା ଦେଲେ ବିଧାୟକ

ଗଞ୍ଜାମ,୧।୮(ବିଦ୍ୟାଧର ସାହୁ ): ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ମହନତା। ଦିନକୁ ଦିନ ବିଧାୟକ ନାୟକଙ୍କ ଲୋକପ୍ରିୟତା ବୃଦ୍ଧି ପାଉଥିବାବେଳେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଆସ୍ଥା ମଧ୍ୟ ବୃଦ୍ଧି ପାଇଛି । କୌଣସି ଦୁଃଖଦ ଖବର ପାଇବା ମାତ୍ରେ ପହଞ୍ଚି ଯାଇଥାନ୍ତି ଯୁବ ବିଧାୟକ କୃଷ୍ଣ ଭାଇ। ବିଧାୟକଙ୍କ କାର୍ଯ୍ୟଶୈଳୀ ଦେଖି ଲୋକେ ଗରିବର ପ୍ରକୃତ ବନ୍ଧୁ ବୋଲି କହୁଥିବା ଶୁଣିବାକୁ ମିଳିଛି। ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ଗ୍ରାମ ପଞ୍ଚାୟତ ରାଉଳି ବନ୍ଧ ଗ୍ରାମର ଡି ଆନନ୍ଦ ରେଡି ଚେନ୍ନାଇରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ ତାଙ୍କର ଦେହାନ୍ତ ହୋଇଥିଲା l ଖବରପାଇ ବିଧାୟକ ମୃତକଙ୍କ ବାସଭବନ ଯାଇ ତାଙ୍କ ପରିବାରବର୍ଗକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏଥିସହ ରେଡ୍‌ କ୍ରସ ପାଣ୍ଠିରୁ ମଧ୍ୟ ଆର୍ଥିକ ସହାୟତା ଯୋଗାଇଛନ୍ତି ଯୁବ ବିଧାୟକ । ପ୍ରଦାନବେଳେ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ଉପସ୍ଥିତ ଥିଲେ । ପରେ ବିଧାୟକ ନାୟକ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିଥିବା ଉକ୍ତ ଗ୍ରାମର ଜ୍ୟୋତି ରେଡିଙ୍କୁ ଭେଟି ଅଭିନନ୍ଦନ ଜଣାଇବା ସହ ସମ୍ମାନିତ କରିଥିଲେ। ବିଧାୟକଙ୍କ ଏହି ମହତ୍ୱ କାର୍ଯ୍ୟ ପାଇଁ ସମଗ୍ର ରାଉଳି ବନ୍ଧ ଗ୍ରାମବାସୀ ଭୂୟାଁସୀ ପ୍ରଶଂସା କରିଛନ୍ତି ।

Odisha’s No.1 Odia Daily

Share