Categories: ଜାତୀୟ

ମେୟରଙ୍କୁ ବିବାହ କଲେ ବିଧାୟକ, ମୁଖ୍ୟମନ୍ତ୍ରୀ ଦେଲେ ଆଶୀର୍ବାଦ…

ଥିରୁଭାନନ୍ତପୁରମ୍‌, ୫।୯ : ଦେଶର ସର୍ବ କନିଷ୍ଠ ମେୟର ଆର୍ଯ୍ୟ ରାଜେନ୍ଦ୍ରନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ କେରଳର କନିଷ୍ଠ ବିଧାୟକ କେ.ଏମ ସଚିନଙ୍କୁ ବିବାହ କରିଛନ୍ତି। ରାଜେନ୍ଦ୍ରନ ଥିରୁଭାନନ୍ତପୁରମର ମେୟର ହୋଇଥିବାବେଳେ କେ.ଏମ ସଚିନ ଦେବ ବାଲୁସେରୀର ବିଧାୟକ । ଥିରୁଭାନନ୍ତପୁରମର ଏକେଜି ହଲରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ମଧ୍ୟ ନିଜ ପରିବାରବର୍ଗଙ୍କ ସହିତ ବିବାହ ଉତ୍ସବରେ ଯୋଗ ଦେଇ ନବ ଦମ୍ପତିଙ୍କୁ ଆଶୀର୍ବାଦ ଦେଇଛନ୍ତି।

ସେପ୍ଟେମ୍ବର ୬ ରେ କୋଝିକୋଡେର ଟାଗୋର ଶତାବ୍ଦୀ ହଲରେ ରିସେପ୍ସନ ଅନୁଷ୍ଠିତ ହେବ। ବିବାହର ବିଶେଷ କଥା ହେଲା ଉଭୟ ନବଦମ୍ପତି କାହାଠାରୁ କୌଣସି ଉପହାର ନେଇ ନଥିଲେ। ମାର୍ଚ୍ଚ ୬ ରେ ଏକେଜ ିସେଣ୍ଟର ହଲରେ ଦୁହିଁଙ୍କର ନିର୍ବନ୍ଧ ହୋଇଥିଲା। ସଚିନ ଫେଡେରେଶନ ଅଫ ଇଣ୍ଡିଆର ରାଜ୍ୟ ସଚିବ। ସେ କୋଝିକୋଡେ ଜିଲାର ବାଲୁସେରୀର ବାସିନ୍ଦା। ଆର୍ଯ୍ୟ ରାଜେନ୍ଦ୍ରନ ୨୧ ବର୍ଷ ବୟସରେ ଥିରୁଭାନନ୍ତପୁରମ ନିଗମର ମେୟର ହୋଇଥିଲେ। ଏହା ସହିତ ସେ ଦେଶର ମେୟର ହେବାରେ ସବୁଠାରୁ କନିଷ୍ଠ ମହିଳା । ଦୁହେଁ ସିପିଆଇ (ଏମ) ର ଛାତ୍ର ସଂଗଠନ ଏସଏଫଆଇ ଏବଂ ବାଲାସଙ୍ଗମୋରେ ଏକାଠି କାମ କରୁଥିଲେ।

Share