କରୋନା ପଜିଟିଭ ହେବା ପରେ ବି ପ୍ରଚାର କରୁଛନ୍ତି ବିଧାୟକ

ପାଟନା,୨୯ ।୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଛି । ବିଭିନ୍ନ ଦଳର ଷ୍ଟାର ପ୍ରଚାରକମାନେ ସେଠାରେ ଏକ ପ୍ରକାର ଡେରା ପକାଇଛନ୍ତି କହିଲେ ଚଳେ । କିଛିଦିନ ହେବ ଭାରତୀୟ ଜନତା ପାର୍ଟି(ଭଜପା) ପକ୍ଷରୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ସେଠାରେ ପ୍ରଚାର କାର୍ଯ୍ୟରେ ଯୋଗ ଦେଇ ଆସୁଛନ୍ତି । ହେଲେ ଏହାରି ଭିତରେ ବୁଧବାର ଜଣାପଡିଛି ଯେ ସ୍ମୃତି କରୋନାରେ ପୀଡ଼ିତ ହୋଇଛନ୍ତି । ଏ ସୂଚନା ସେ ନିଜେ ଦେବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ସେ କରୋନା ଟେଷ୍ଟ କରାଇ ନୋବାକୁ ଅନୁରୋଧ କରିଛନ୍ତି । ଅନ୍ୟପଟେ ବିହାରର କୁମ୍ଭହାର ବିଧାୟକ ଅରୁଣ ସିହ୍ନା ବି କରୋନାରେ ପୀଡ଼ିତ ହୋଇଛନ୍ତି । ଏହାପରେ ବି ସେ କୌଣସି କରୋନା କଟକଣା ନ ମାନି ନିର୍ବାଚନ ପ୍ରଚାରରେ ଯାଉଥିବା ସୂଚନା ମିଳିଛି । ଯାହା ଅନ୍ୟମାନଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ସେହିପରି ମୁଜାଫରପୁରର ଭାଜପା ଏମ୍‌ପି ଅଜୟ ନିଷାଦ କୁଆଡେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ହେଲେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ସେ ଯୋଗ ଦେଇଥିବାରୁ ଏବେ ଏହାକୁ ନେଇ ପ୍ରଶ୍ନ ଉଠିଛି । ସୂଚନାଯୋଗ୍ୟ, ଏହା ପୂର୍ବରୁ ବି ଭାଜପାର ଷ୍ଟାର ପ୍ରଚାରକମାନେ କରୋନରେ ପୀଡ଼ିତ ହୋଇ ସାରିଛନ୍ତି ।

Share