ମହୁମାଛି ଆକ୍ରମଣରେ ବିଧାୟକ ଆହତ

ଆନନ୍ଦପୁର,୪।୨(ଡି.ଏନ୍‌.ଏ): ମହୁମାଛି ଆକ୍ରମଣରେ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବିଧାୟକ ଶନିବାର ଏକା ମର୍ନିଂ ଓ୍ବାକ୍‌ କରୁଥିବା ବେଳେ ଆନନ୍ଦପୁର ବ୍ଲକ ଛକଠାରେ ହଠାତ୍‌ ମହୁମାଛି ଆକ୍ରମଣ କରିଥିଲେ। ମହୁମାଛିଙ୍କ କବଳରୁ କୌଣସିମତେ ରକ୍ଷା ଯାଇ ବିଧାୟକ ନିକଟସ୍ଥ କ୍ଲବ କାର୍ଯ୍ୟାଳୟକୁ ଦୌଡି ପଳାଇଥିଲେ। ମହୁମାଛିଙ୍କ ଆକ୍ରମଣ ଯୋଗୁଁ ବିଧାୟକଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସା ଜାରି ରହିଛି।