ଗଞ୍ଜାମ, ୭।୮(ବିଦ୍ୟାଧର ସାହୁ ): ଗଞ୍ଜାମ କଲେଜକୁ ପୂରିଛି ୫୮ ବର୍ଷ । ଏହି ଅବସରରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଲେଜ ପରିସରରେ ଥିବା ନୂତନ ସମିଳନୀ କକ୍ଷର ଶୁଭାରମ୍ଭ କରିଥିଲେ । ମୁଖ୍ୟ ବକ୍ତା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ନାରାୟଣ ବେହେରା, ବ୍ଲକ ଅଧକ୍ଷା ଶର୍ମିଷ୍ଠା ପ୍ରଧାନ, କଲେଜ ଅଧକ୍ଷା ଡ଼ଃ ସ୍ମରଣିକା ହୋତା ପ୍ରମୁଖ ମଞ୍ଚାସିନ ଥିଲେ । ଇଂଲିଶ ବିଭାଗୀୟ ମୁଖ୍ୟ ଡ଼ଃ ଦୁର୍ଗା ପ୍ରସାଦ ଦାସ ବାର୍ଷିକୀ ବିବରଣୀ ପଠନ କରିବା ସହ କଲେଜରେ ଥିବା ବିଭିନ୍ନ ସମସ୍ୟା ଅତିଥି ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଚଳିତ ବର୍ଷ ଏହି କଲେଜରୁ ଆଠ ଜଣ ଛାତ୍ରୀଛାତ୍ରଙ୍କୁ ଏନସିସି କ୍ୟାଡର ଅଗ୍ନିବୀର ମନୋନୀତ ହୋଇଥିବା ସହ କଲେଜର ଅନ୍ୟାନ୍ୟ ଉଲେଖନୀୟ ସଫଳତା ଆଲୋଚନା ହୋଇଥିଲା । ଫିଜିକ୍ସ ଅଧ୍ୟାପକ ବିଭୁ ପ୍ରସାଦ ପାତ୍ର, କମର୍ଶ ଅଧ୍ୟାପକ ମନୋଜ କୁମାର ଦାସ, ଇତିହାସ ବିଭାଗୀୟ ମୁଖ୍ୟ ସୁଶାନ୍ତ କୁମାର ସେଠିଙ୍କ ସମେତ ଆଦିତ୍ୟ ମହାପାତ୍ର, ଅଜୟ କୁମାର ବାରିକି, ରଘୁନାଥ ରେଡି, ପ୍ରବୀର କୁମାର ପାଢ଼ୀଙ୍କ ସମେତ ସମସ୍ତ ଷ୍ଟାଫ ଓ କର୍ମଚାରୀ ସହଯୋଗ ପରିଚାଳନା କରିଥିଲେ ।