ଏହି ୨ ଗୋଟି ସ୍ଥାନରେ ରାସ୍ତାର ନବୀକରଣ, ପ୍ରଶସ୍ତିକରଣ ପାଇଁ ଶିଳାନ୍ୟାଶ କଲେ ବିଧାୟକ ହିମାଂଶୁ ଶେଖର, ୪ କୋଟି ଟଙ୍କା ବ୍ୟୟ ଅଟକଳରେ…

ଧର୍ମଶାଳା,୨୬।୫(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ରାସ୍ତା ଉନ୍ନତିକରଣ ଓ ପ୍ରଶସ୍ତିକରଣ ପାଇଁ ଧର୍ମଶାଳା ବିଧାୟକଙ୍କ ମାରାଥନ ଶିଳାନ୍ୟାଶ ଜାରିରହିଛି । ଗତ ୬ ଦିନ ହେଲା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ରାସ୍ତାର ଉନ୍ନତିକରଣ ଓ ପ୍ରଶସ୍ତୀକରଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିବାଗ ପକ୍ଷରୁ ବ୍ୟୟ ଅଟକଳ କରାଯାଇଥିବା ରାସ୍ତା ନିର୍ମାଣ ଲାଗି ବିଧାୟକ ହିମାଂଶୁ ଶେଖର ସାହୁ ମାରାଥନ ଶିଳାନ୍ୟାଶ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ସୋମବାର ଅପରାହ୍ନରେ ଏହି ନିର୍ବାଚନମଣ୍ଡଳୀ ଅଧୀନରେ ଦୁଇ ଗୋଟି ସ୍ଥାନରେ ରାସ୍ତାର ନବୀକରଣ ଓ ପ୍ରଶସ୍ତୀକରଣ ପାଇଁ ବିଧାୟକଙ୍କ ଦ୍ୱାରା ଶିଳାନ୍ୟାଶ କରାଯାଇଛି । ଆୟୋଜିତ ଶିଲାନ୍ୟାଶ କାର୍ଯ୍ୟକ୍ରମରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଏପଡା ଠାରୁ କୋଠିଢିହ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ ଓ ଉନ୍ନତିକରଣ ପାଇଁ ଗ୍ରାମଉନ୍ନୟନ ବିଭାଗ ପକ୍ଷରୁ ୪ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଶିଳାନ୍ୟାଶ କରଥିଲେ । ସେହିପରି ସନ୍ଧ୍ୟା ସମୟରେ ୩ କୋଟି ୩୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପାଟପୁର ଆରଡିରୋଡ ଚଣ୍ଡିଛକ ଠାରୁ ୧୪ ନଂ କେନାଲ ନାଉପାଳ ଭାୟା ମିର୍ଜାପୁର ରାସ୍ତାର ଉନ୍ନତିକରଣ ଓ ପ୍ରଶସ୍ତିକରଣ ପାଇଁ ବିଧାୟକ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଳାନ୍ୟାଶ କରିଛନ୍ତି।

Odisha’s No.1 Odia Daily

 

Share