ଓଡ଼ିଶା ଭିତରେ ପଶି ପଶ୍ଚିମବଙ୍ଗ ରାସ୍ତା ନିର୍ମାଣକୁ ବନ୍ଦ କଲେ ବିଧାୟକ ଗୌତମ ବୁଦ୍ଧ

ଭୋଗରାଇ, ୭।୪(ପ୍ରଦୀପ ଦାସ): ଆମେ ଓଡ଼ିଆ। ମା, ମାଟି ମାତୃଭାଷା ବିପନ୍ନ ହେଲେ ସୁରକ୍ଷା ପାଇଁ ଲଢ଼େଇକରି ବଞ୍ଚିବା ଶିଖିଛୁ। ଯୋଗ୍ୟ ସନ୍ତାନ ଭାବେ ଆମ ମାକୁ ମାଉସୀହାତରେ ଟେକିଦେବୁ ନାହିଁ କି ତାଙ୍କ ଗୋଡ଼ତଳେ ପଡି ଶରଣ ପଶିବୁ ନାହିଁ। ଆମର ଅସ୍ମିତାକୁ ଦୁର୍ବଳ ଭାବିଲେ ଆମେ କଡା ଆଭିମୁଖ୍ୟ ଗ୍ରହଣ କରିବୁ। ଏଭଳି କଡା ମନ୍ତବ୍ୟ ପଶ୍ଚିମବଙ୍ଗ ସରକାରଙ୍କୁ ଦେଇଛନ୍ତି ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ । ଓଡ଼ିଶାର କୋଟିଆକୁ ନେଇଁ ଆନ୍ଧ୍ର ସହିତ ଛକାପଞ୍ଝା ଲାଗିଥିବାବେଳେ ଏବେ ଓଡ଼ଶା ସହିତ ପଶ୍ଚିମବଙ୍ଗର ସୀମାକୁ ନେଇଁ ସୀମାନ୍ତରେ ଉତ୍ତେଜନା ସୃଷ୍ଟି ହୋଇଛ। ଓଡ଼ିଶା ସୀମାନ୍ତ ବାଲେଶ୍ୱର ଜିଲା ଜଳେଶ୍ୱର ଓ ଭୋଗରାଇ ବ୍ଲକର ୮୦ ଟି ଗ୍ରାମରେ ସୀମାବିବାଦ ଅଦ୍ୟାବଧି ତୁଟି ନ ଥିବାବେଳେ ପଶ୍ଚିମବଙ୍ଗ ସରକାରଙ୍କ କୌଶଳଗତ ଭାବେ ବିଭିନ୍ନ ସ୍ଥାନରେ ଘନଘନ ଓଡିଶା ଗ୍ରାମ ଦଖଲକୁ ଓଡ଼ିଶାର ସୀମାନ୍ତବାସୀ ପ୍ରତିହତ କରିଛନ୍ତି।
ଗତ ମାସ ୨୩ ତାରିଖରେ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ସୀମାନ୍ତ ଶାଗଡ଼ସାହି ଗ୍ରାମର ୪୦ମି. ଗ୍ରାମ୍ୟ କଂକ୍ରିଟରାସ୍ତାକୁ ପଶ୍ଚିମବଙ୍ଗ ପଶ୍ଚିମ ମେଦିନୀପୁର ଜିଲା ମହନପୁର ବ୍ଲକର ରାଜସ୍ବ ଓ ପ୍ରଶାସନ ବିଭାଗ ତାଡି ଅନ୍ୟ ଏକ ରାସ୍ତା ନିର୍ମାଣ କରୁଥିବାବେଳେ ଗ୍ରାମବାସୀ ଓ ବିଧାୟକ ମିଳିତ ଭାବେ ଉକ୍ତ ରାସ୍ତାକୁ ବନ୍ଦକରିଥିଲେ। ଖୁବଶୀଘ୍ର ଓଡିଶା ସରକାରଙ୍କ ପକ୍ଷରୁ ଉକ୍ତ ରାସ୍ତାକାର୍ଯ୍ୟ କରାଯିବାର ପ୍ରତିଶ୍ରୁତି ବିଧାୟକ ଦେବା ପରେ ପୁଣି ପଶ୍ଚିମବଙ୍ଗ ସରକାରର ପିଡବ୍ଲ୍ୟୁଡି ବିଭାଗ ଓଡିଶା ଗ୍ରାମ ଶଗଡାସାହି ଭିତରେ ସୋମବାର ଧସେଇ ପଶି ଜେସିବି ମେସିନ ଲଗାଇ ରାସ୍ତା ନିର୍ମାଣ କରୁଥିବା ସୂଚନା ମିଳିବା ପରେ ଭୋଗରାଇ ବିଧାୟକ ସହିତ, ତହସିଦାର ସୂର୍ଯ୍ୟ କୁମାର ନାୟକ, ପଞ୍ଚାୟତ ସମିତି ଅଧକ୍ଷ ପ୍ରବୀର କୁମାର ଗିରି, କମର୍ଦ୍ଦା ଥାନା ଅଧିକାରିଣୀ ଘଟଣା ସ୍ଥାନରେ ପହଞ୍ଚି ଗ୍ରାମବାସୀଙ୍କ ସହିତ ମିଳିତ ହୋଇ ପଶ୍ଚିମବଙ୍ଗ କାର୍ଯ୍ୟକୁ ବନ୍ଦ କରିଥିଲେ । ୩ ଦିନ ମଧ୍ୟରେ ଉକ୍ତ ଗ୍ରାମରେ କଂକ୍ରିଟ ରାସ୍ତା କରାଯିବାର ଗ୍ରାମବାସୀଙ୍କୁ ବିଧାୟକ ପ୍ରତିଶ୍ରୁତି ଦେଇଥିବାବେଳେ ସୀମାନ୍ତ ଗ୍ରାମର ୨୦ ଜଣିଆ କମିଟି ଗଠନ କରାଯାଇ ସୀମାନ୍ତରେ ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ କରିବାକୁ ସୀମାନ୍ତବାସୀଙ୍କୁ ବିଧାୟକ ଆହ୍ବାାନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri