ବରଗଡ,୧୨।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ବରଗଡ଼ ନିୟନ୍ତ୍ରିତ ବଜାର କମିଟିରେ ଏହାର ଶୁଭାରମ୍ଭ କରିବା ଅବସରରେ ପୂଜାପାଠ କରିବା ସହିତ ସ୍ଥାନୀୟ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ମୁଣ୍ଡରେ ପଗଡ଼ି ଭିଡ଼ି ଧାନ ବୋଝେଇ ଏକ ଟ୍ରାକ୍ଟର ଚଲାଇଥିଲେ। ବିଭାଗୀୟ ଅଧିକାରୀ, କର୍ମଚାରୀ ଏବଂ ଚାଷୀଙ୍କ ଉପସ୍ଥିତିରେ ବିଧାୟକ ଷଡ଼ଙ୍ଗୀଙ୍କ ଏଭଳି ଧାନ ବୋଝେଇ ଟ୍ରାକ୍ଟର ଚଲାଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୋସିଆଲ ମିଡ଼ିଆରେ ମଣ୍ଡିରେ ବିଧାୟକଙ୍କ ଧାନ ବୋଝେଇ ଟ୍ରାକ୍ଟର ଚଲାଇବା ଭିଡିଓ, ଫଟୋ ଭାଇରାଲ ହେବାରେ ଲାଗିଛି।