Categories: ଜାତୀୟ

ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ ବିଧାୟକ ଦେବେନ୍ଦ୍ର ଯାଦବଙ୍କ ୭୩ ବର୍ଷୀୟ ମା’

ନୂଆଦିଲ୍ଲୀ,୧୬।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ପଞ୍ଜାବରେ ଜାରି ରହିଛି। ସୋମବାର ଛତିଶଗଡର ଭିଲାଇ ନଗରରୁ କଂଗ୍ରେସ ବିଧାୟକ ଦେବେନ୍ଦ୍ର ଯାଦବଙ୍କ ୭୩ ବର୍ଷୀୟ ମା’ ପୁଷ୍ପା ଯାଦବ ଏହି ଯାତ୍ରାରେ ସାମିଲ ହୋଇଛନ୍ତି। ଏଥିପାଇଁ ସେ ଭିଲାଇରୁ ପଞ୍ଜାବର ଆଦମପୁରରେ ପହଞ୍ଚିଥିଲେ। ଏହି ବୟସରେ ମଧ୍ୟ ସେ ରାହୁଲ ଗାନ୍ଧୀଙ୍କ ସହ ବହୁତ ଦୂର ଯାତ୍ରା କରିଥିଲେ।

ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାରେ ବିଧାୟକ ଦେବେନ୍ଦ୍ର ଯାଦବ ମୁଖ୍ୟ ଭୂମିକା ରହିଛି। ଯାତ୍ରାରେ ଦେବେନ୍ଦ୍ର ଯାଦବଙ୍କ ଦଳରୁ ୫୦୦ରୁ ଅଧିକ ଯୁବକ ସାମିଲ ହୋଇଛନ୍ତି। ତେବେ ଭିଲାଇ ବିଧାୟକଙ୍କ ମା ପୁଷ୍ପା ଯାଦବଙ୍କ ସାମିଲ ହେବା ଛତିଶଗଡରେ ଚର୍ଚ୍ଚା ହେଉଛି। ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share